December 11, 2025 10:00 pm

ପେଟ ପାଇଁ ୭୦ ହଜାରରୁ ଉର୍ଦ୍ଧ୍ୱ ଓଡ଼ିଆ ଦାଦନ ଖଟିବାକୁ ଯାଉଛନ୍ତି

ଭୁବନେଶ୍ୱର: ପ୍ରତି ବର୍ଷ ହଜାର ହଜାର ଓଡ଼ିଆ ଶ୍ରମିକ ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଅଧିକ ଶ୍ରମିକ ଯାଉଥିବା ସୂଚନା ମିଳିଛି । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପଚାରିଥିବା ପ୍ରଶ୍ନରେ ଶ୍ରମ ମନ୍ତ୍ରୀ କହିଥିଲେ ଯେ, ପ୍ରତିବର୍ଷ ୭୦ ହଜାରରୁ ଅଧିକ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ୨୦୨୩ରେ ୮୧୨୩୨ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ … Read more

ବିମାନ ସଂଖ୍ୟା ୫ ପ୍ରତିଶତ କମାଇବାକୁ ଇଣ୍ଡିଗୋକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଡିଗୋ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଇଣ୍ଡିଗୋକୁ ଶୀତକାଳୀନ ବିମାନ ସଂଖ୍ୟା ୫% କମାଇବାକୁ DGCA ନିର୍ଦ୍ଦେଶ ଦେଇଛି। ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍‌ କମାଇବାକୁ ନିର୍ଦ୍ଦେଶ। ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯%ରୁ ଅଧିକ ବଢ଼ାଇଥିଲା। କିନ୍ତୁ ଅନୁମୋଦିତ ସଂଖ୍ୟାରୁ ବହୁତ କମ୍ ବିମାନ ପରିଚାଳନା କରୁଥିଲା। ଇଣ୍ଡିଗୋ ଦୈନିକ ୨୨୦୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରେ। ନୂଆ ନିର୍ଦ୍ଦେଶ ଅନୁସାରେ … Read more

ବିଧାନସଭା ଶୀତ ଅଧିବେଶନ ସମୟ ପୂର୍ବରୁ ସରିଲା; ୧୧ ଦିନ ଚାଲିଲା ଗୃହ

ଭୁବନେଶ୍ୱର: ସମୟ ପୂର୍ବରୁ ବିଧାନସଭା ଶୀତ ଅଧିବେଶନ ଶେଷ । ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିଲା ବିଧାନସଭା ଶୀତ ଅଧିବେଶନ । ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍‌ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ … Read more

ଅଭିଳାଷ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି ଓ ଐଶ୍ୱର୍ଯ୍ୟା ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ

ଭୁବନେଶ୍ୱର: ବିଜେପି ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ପଦପଦବୀ ପାଇଁ ନାଁ ଘୋଷଣା କଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ତାଲିକା ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାର ଅଭିଳାଷ ପଣ୍ଡା ପୁଣି ଥରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ହୋଇଛନ୍ତି । ସେହିପରି ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚାର ସଭାନେତ୍ରୀ ହୋଇଛନ୍ତି । ସେହିପରି ଶୁଭ୍ରାଂଶୁ ମୋହନ ପାଢ଼ୀ କୃଷକ ମୋର୍ଚ୍ଚା ସଭାପତି, … Read more

ବାଲି ଚୋରି ଉଦ୍ୟମ ବେଳେ ଏରସମା ପୁଲିସର ଚଢ଼ାଉ

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତସ୍ଥିତ ଜଗତପଡା ଜଙ୍ଗଲ ଜମିରୁ ବେଆଇନ ବାଲି ଚାଲାଣ ବେଳେ ଗୋଟିଏ ଜେସିବି ଓ ୪ ଟ୍ରାକ୍ଟର ଜବତ କରାଯାଇ ଏରସମା ଥାନାରେ ରଖାଯାଇଛି। ଏହି ମାମଲାରେ ୫ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ମିଳିଥିବା ଖବର ଅନୁଯାୟୀ ଏରସମା ଥାନା ତରଫରୁ ପାଟ୍ରୋଲିଂ କରାଯାଉଥିବା ସମୟରେ ହଠାତ ଟିମ୍ ଦେଖିଲା ଯେ କିଛି ଲୋକ ଗୋଟିଏ ଜେସିବି ବାଲି ଖୋଳି ତାକୁ ୪ଟି ଟ୍ରାକ୍ଟର ସାହାଯ୍ୟରେ କିଛି ଲୋକ ଉଠାଉଥିଲେ। … Read more