December 6, 2025 9:11 am

ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ; ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ

ଭୁବନେଶ୍ୱର: ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ନଦୀ ଜଳକୁ ତିନି ମାସରେ ଥରେ ପରୀକ୍ଷା କରାଯାଉଛି। ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ ଅଛି। କଳ କାରଖାନାରୁ ବର୍ଜ୍ୟ ବସ୍ତୁ ଆସୁଛି। ନିରନ୍ତର ଭାବେ ନଦୀ ଜଳ ଚେକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି … Read more

ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ ଅର୍ଥ ପ୍ରଦାନ ନେଇ ପ୍ରଶ୍ନ କଲେ ଅରୁଣ ସାହୁ

ଭୁବନେଶ୍ୱର: ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ମୋଟା ଅର୍ଥ ନେଇଛନ୍ତି। ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି ବୋଲି ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି ଏହାଦ୍ଵାରା ଓଡିଶା ବୁଣାକାର ମାନଙ୍କର … Read more

ଆଳୁ ସଙ୍କଟ ଓ ଶୀତଳଭଣ୍ଡାରକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଯାହା ଭିତରୁ ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର । ତେବେ ଏହାର କ୍ଷମତା ରହିଛି ୧ ଲକ୍ଷ ୭୨ ହଜାର ୧୮୦ ମେଟ୍ରିକ ଟନ୍ । ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଶୀତଳ ଭଣ୍ଡାର ନେଇ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୂର୍ତ୍ତ ମନ୍ତ୍ରୀ ଆହୁରି କହିଛନ୍ତି ଯେ, … Read more

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ୫ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ … Read more

ସଞ୍ଚାର ସାଥୀ ଆପ୍‌କୁ ନେଇ ବିବାଦ ପରେ ମତ ବଦଳାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଞ୍ଚାର ସାଥୀ ଆପ୍‌କୁ ନେଇ ବିବାଦ ପରେ ମତ ବଦଳାଇଲେ କେନ୍ଦ୍ର ସରକାର । ୟୁଜର୍ସ ମାନେ ଚାହିଁଲେ ଏହି ଆପ୍‌କୁ ଫୋନରେ ବ୍ୟବହାର କରିପାରିବେ ନଚେତ ଡିଲିଟ କରିପାରିବେ, ଏହା କୌଣସି ପ୍ରକାର ବାଧ୍ୟତାମୂଳକ ଆପ୍‌ ନୁହଁ ବୋଲି କହିଛନ୍ତି କେନ୍ଦ୍ର ଯୋଗଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଗୋପନୀୟତା ସମସ୍ୟାକୁ ନେଇ ପ୍ରଶ୍ନ ଉଠିବା ପରେ କେନ୍ଦ୍ରମନ୍ତ୍ରୀ ଏପରି ବୟାନ ଦେଇଛନ୍ତି । ଟେଲିକମ୍‌ ବିଭାଗ ମୋବାଇଲ କମ୍ପାନୀ ଓ ଆମଦାନୀକାରୀମାନଙ୍କୁ ନିର୍ଦ୍ଦେଶ … Read more

ବିଧାନସଭାରେ ‘ଓଡ଼ିଶା ଜନ ବିଶ୍ୱାସ ବିଲ୍ ୨୦୨୫’ ପାରିତ

ଭୁବନେଶ୍ୱର: ବିଧାନସଭାରେ ‘ଓଡ଼ିଶା ଜନ ବିଶ୍ୱାସ ବିଲ୍ ୨୦୨୫’ ପାରିତ ହୋଇଛି। ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଏଥିରେ ଜୁଆ ଖେଳି ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ବ୍ୟବସ୍ଥା କରାଯାଇଛି। ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶିକୁ ବହୁଗୁଣିତ କରାଯାଇଛି। ପୂର୍ବରୁ ଥିବା ଶହେ ଟଙ୍କା ଜରିମାନାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଥିବା ହଜାରେ ଟଙ୍କା ଜରିମାନାକୁ ୭୫ ହଜାର ଟଙ୍କାକୁ ବୃଦ୍ଧି … Read more