December 6, 2025 1:14 pm

ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ

ଭଦ୍ରକ:ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲା ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।ଅଧ୍ୟକ୍ଷଙ୍କ ବିରୋଧରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଥିଲା ବିଜେଡି। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନିଜ ନାମରେ ଭେଣ୍ଡର କୋଡ଼ ଖୋଲି ଟଙ୍କା ଆତ୍ମସାତ କରିଥିବା ଖବରଦାତା ସମ୍ମିଳନୀରେ ବ୍ଲକ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା। ବିଜେଡି ସମର୍ଥିତ ବ୍ଲକ … Read more

ଡିଜିସିଏ ପକ୍ଷରୁ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏୟାରବସ୍ A318, A319, A320 ଏବଂ A321 ବିମାନ ପାଇଁ ଏକ ବାଧ୍ୟତାମୂଳକ ସୁରକ୍ଷା ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକୁ ପରିଚାଳନା କରିବା ପୂର୍ବରୁ ନିର୍ଦ୍ଦିଷ୍ଟ ଯାଞ୍ଚ ଏବଂ ପରିବର୍ତ୍ତନ କରିବାକୁ ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।କୌଣସି ବିମାନ ଆବଶ୍ୟକୀୟ ସୁରକ୍ଷା ମାନଦଣ୍ଡ ପୂରଣ ନକରି ସେବା ଜାରି ରଖିବ ନାହିଁ ବୋଲି ଡିଜିସିଏ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇ ନିଶ୍ଚିତ କରିବାକୁ … Read more

କ୍ୟାପିଟାଲ ହସ୍ପିଟାଲରୁ ମିଳିଲା ଝୁଲନ୍ତା ମୃତଦେହ

କ୍ୟାପିଟାଲ ହସ୍ପିଟାଲରୁ ଶନିବାର ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣ ଡାକ୍ତରଖାନାରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ପରମାନନ୍ଦ ନାୟକ। ଏକ ଗାମୁଛାରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଶନିବାର ଦେଖିବାକୁ ମିଳିଥିଲା। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ରାଜ୍ୟରେ ୨୦,୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ ରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ୱ ଗୃହ ନାହିଁ । ୭,୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଥିବାବେଳେ ୩,୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି ।ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ମୋଟ ୭୪, ୨୨୪ ଟି ଅଙ୍ଗନବାଡି କେନ୍ଦ୍ର ଅଛି । … Read more

ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳ ବାସନ୍ଦ ଅଭିଯୁକ୍ତ ଙ୍କ ବିରୋଧ ରେ ମାମଲା ରୁଜୁ

ଛତ୍ରପୁର: ଗଞ୍ଜାମ ଜିଲା ଆସିକା ତହସିଲର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳ ବାସନ୍ଦା ଅଭିଯୋଗ ଘଟଣାରେ ପୁଲିସ ୯ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଅତିରିକ୍ତ ତହସିଲଦାର ଏବଂ ତାଙ୍କ ପରିବାରକୁ କୈବର୍ତ୍ତ ସମାଜ କୁଳରୁ ବାସନ୍ଦ କରାଯାଇଥିଲା। ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ ଅତିରିକ୍ତ ତହସିଲଦାରଙ୍କ ବାପା ବିଜୟ ବେହେରା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର … Read more