December 6, 2025 2:02 pm

ବିଧାନସଭା ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା କଲି ଆରମ୍ଭ ହେଉଛି ବିଧାନସଭାର ଶୀଳକାଳୀନ ଅଧିବେଶନ । ବିଧାନସଭା ସର୍ବଦଳୀୟ ବୈଠକ ଶେଷ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଏବଂ ବିଧାନସଭାରେ ଉଦବୋଧନ ଦେବା ନେଇ ଆଲୋଚନା ହୋଇଛି । ଏ ନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଭଳି ଭାବେ ବିଧାସଭାରେ ସୁରୁଖୁରୁରେ ବିଭନ୍ନ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଜିରୋ ଆୱାର କେତେ ସମୟ … Read more

ଦୁଇଦିନିଆ ଓଡିଶା ବିକାଶ ସମାବେଶ

ଭୁବନେଶ୍ୱର: ଏକ ଘରୋଇ ହୋଟେଲରେ ଆଜି ଦୁଇଦିନିଆ ଓଡିଶା ବିକାଶ ସମାବେଶ ଉଦ୍ଘାଟନ ହୋଇଛି । ଏଥିରେ ଓଡିଶା ପାଇଁ ଜନ କୈନ୍ଦ୍ରିକ, ଜଳବାୟୁ ସ୍ମାର୍ଟ ଓ ଶତାୟୁ ଓଡ଼ିଶାର ନକ୍ସା ସହିତ ବିଭିନ୍ନ ସୁପାରିଶ ଗ୍ରହଣ କରାଯାଇଛି। ନୁଆ ଦୃଷ୍ଟିକୋଣର ବିକାଶ ପାଇଁ ଓଡିଶା ବିକାଶ କନକ୍ଲେଭ ଉଦ୍ୟମ କରିବ। ଓଡିଶା ୨୦୩୬ ମସିହାରେ ତାର ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ଓଡିଶାକୁ ଏକ ଅଗ୍ରଣୀ ଜଳବାୟୁ ସହନଶୀଳ ରାଜ୍ୟ … Read more

ପୁଣି ବିଜେଡିକୁ ଶ୍ରୀମୟୀ ମିଶ୍ରଙ୍କ ତେରେଛା ତୀର

ଭୁବନେଶ୍ୱର: ଆଜି ପୁଣି ପାଣ୍ଡିଆନଙ୍କୁ ଘେରିଲେ ଶ୍ରୀମୟୀ। ପୁଣି ବିଜେଡିକୁ ସୋସିଆଲ୍‌ ମିଡିଆରେ ଶ୍ରୀମୟୀଙ୍କ ନିଶାନା। କବିତାରେ ପାଣ୍ଡିଆନଙ୍କୁ ତେରେଚ୍ଛା ‘ଅଠା’ ଆକ୍ରମଣ କରିଛନ୍ତି। ଅନ୍ୟ ମୁଣ୍ଡରେ ଅଠା ବୋଳା, ଏହା ହେଉଛି ତାମିଲ୍ ଖେଳ… କହି ପୁଣି ଘେରିଛନ୍ତି ଶ୍ରୀମୟୀ। ଗତକାଲି ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଥିଲେ । ଆଉ ଆଜି ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି । ଶ୍ରୀମୟୀଙ୍କ ଏହି ପୋଷ୍ଟ ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି।ଶ୍ରୀମୟୀ ପୋଷ୍ଟରେ … Read more

ବାଲି ଗାଡ଼ି ସିଜ୍ ବେଳେ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ବାରିପଦା: ନବନିଯୁକ୍ତ ବେତନଟୀ ତହସିଲଦାରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ। ତହସିଲଦାରଙ୍କ ଡ୍ରାଇଭରଙ୍କ ମୁଣ୍ଡ ଫଟାଇବା ସହ ଆକ୍ରମଣ କଲେ ବାଲି ମାଫିଆ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନାରେ ତହସିଲଦାରଙ୍କ ଲିଖିତ ଅଭିଯୋଗ। ଯାହା ଫଳରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବାଲି ଚୋରା ଚାଲାଣକାରୀଙ୍କ ଆକ୍ରମଣରେ ତହସିଲଦାର ଚନ୍ଦ୍ରଜିତ ବେହେରା ଏବଂ ଅନ୍ୟ ଚାରି ଜଣ ସରକାରୀ କର୍ମଚାରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥ-୧୮ ନିକଟରେ ପ୍ରାୟ ୧୫ ଜଣ ବାଲି ମାଫିଆ … Read more

ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪ଟି ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆୟୋଜିତ ଦ୍ୱାଦଶ ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ୨୦୨୫ ଉଦ୍‌ଘାଟନ କରି ୧୨ଟି ବିଭାଗରେ ୭ ହଜାର ୨୯୩ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବା ସହ କିଛି ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ରାଜ୍ୟର ଯୁବବର୍ଗଙ୍କୁ ସରକାରୀ ଚାକିରୀରେ ନିଯୁକ୍ତି ସୃଷ୍ଟି ପାଇଁ ଭରଷା ଦେଇଥିଲୁ, ଆମେ ନିୟମିତ ଭାବେ ନିଯୁକ୍ତିମେଳା ଆୟୋଜନ କରି ଆମ କଥା ରଖୁଛୁ । ପ୍ରଥମରୁ ଏଥିପାଇଁ … Read more

ଅନୁପ୍ରବେଶକାରୀ ଙ୍କ ତଥ୍ୟ ଦେବାକୁ ସରକାରଙ୍କୁ ୩ ସପ୍ତାହ ସମୟ ଦେଲେ ହାଇକୋର୍ଟ

କଟକ: ରାଜ୍ୟରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ ଅଛନ୍ତି ? ସେମାନଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରୀ ଭାବେ କି ପଦକ୍ଷେପ ନିଆଯାଇଛି ? ଏସବୁ ଉପରେ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ହାଇକୋର୍ଟ। ଆଉ ଏହାର ଜବାବ ରଖିବା ଲାଗି ରାଜ୍ୟ ସରକାର ମାଗିଥିବା ୩ ସପ୍ତାହ ସମୟକୁ ମଧ୍ୟ ହାଇକୋର୍ଟ ଅନୁମତି ଦେଇଛନ୍ତି। ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଦେଶାନ୍ତର କରିବାଲାଗି ଏକ ଟାସ୍କ ଫୋର୍ସ ଗଠନ କରାଯାଉ ବୋଲି ହାଇକୋର୍ଟରେ ଜନସ୍ବାର୍ଥ … Read more