December 6, 2025 4:41 pm

ସାହାରା ଇଣ୍ଡିଆକୁ ସମ୍ପତି ଜବତ ନୋଟିସ ଦେଲା ଇପିଏଫଓ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ସାହାରା ଇଣ୍ଡିଆ ଗୃପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । କମ୍ପାନୀ ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଜମା କରାଯାଇଥିବା ୧୧୮୦ କୋଟି ଟଙ୍କା ଭବିଷ୍ୟ ନିଧି (ପିଏଫ) ଓ ପେନସନ ବକେୟା ବିରୋଧରେ ଇପିଏଫଓ ସାହାରାର ସମ୍ପତି ଜବତ କରିବାକୁ ନୋଟିସ ଜାରି କରିଛି । ସାହାରାରେ ଦୀର୍ଘ ସମୟ ଧରି ଆର୍ଥିକ ଅନିୟମିତତା ମଧ୍ୟରେ ଏହି ଖବର ସାମ୍ନାକୁ ଆସିଛି । ଏଜେଣ୍ଟମାନଙ୍କୁ … Read more

ରେଭେନ୍ସା ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି: ଅସୁସ୍ଥ ଛାତ୍ର ଏସ୍‌ସିବିରେ ଭର୍ତ୍ତି

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ। ୧୫ରୁ ଉର୍ଦ୍ଧ୍ଵ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଖବର ପାଇବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ ରେଭେନ୍ସାରେ ପହଞ୍ଚିଥିଲେ ।ମିଳିଥିବା ଖବର ଅନୁସାରେ, ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ୍ ହଷ୍ଟେଲର ୧୫ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ସହପାଠୀମାନେ ଆଜି ସକାଳେ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। … Read more

ଆନ୍ଧ୍ରପ୍ରଦେଶର ଅମଲାପୁରମଠାରେ ଲ୍ୟାଣ୍ଡଫଲ କଲା ବାତ୍ୟା ମୋନ୍ଥା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ମୋନ୍ଥା’। ମଙ୍ଗଳବାର ରାତି ପ୍ରାୟ ୭ଟାରେ ମଛଲିପଟନମ୍‌-କଳିଙ୍ଗପଟନମ୍‌ ମଧ୍ୟରେ କାକିନାଡ଼ା ଦକ୍ଷିଣ ଦିଗକୁ ନର୍ସାପୁରମ୍‌ଠାରେ ସ୍ଥଳଭାଗ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ଝଟକା ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ମଛଲିପଟନମ୍‌, କାକିନାଡ଼ା, ରାଜମହେନ୍ଦ୍ରୀ, … Read more

ଅଷ୍ଟମ ବେତନ ଆୟୋଗକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ଦୀର୍ଘ ମାସର ଅପେକ୍ଷା ପରେ ମଙ୍ଗଳବାର ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଆୟୋଗର ସୁପାରିଶ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ଏବଂ ଭତ୍ତା ବୃଦ୍ଧି କରାଯିବ। ଏହା ସହିତ ଅଷ୍ଟମ ବେତନ ଆୟୋଗର ସମସ୍ତ ସର୍ତ୍ତଗୁଡ଼ିକୁ ମଞ୍ଜୁରି ମିଳିଛି । କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ୮ମ ବେତନ ଆୟୋଗରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ, ଜଣେ ସଦସ୍ୟ ଏବଂ ଜଣେ ସଚିବ ରହିବେ । ସୁପ୍ରିମକୋର୍ଟର … Read more

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ହୋଇଛି । କଳାବଜାରୀ ରୋକିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡାକଡି କରାଯାଇଛି । ବାତ୍ୟା ମୋନ୍ଥାର ପ୍ରଭାବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଯେଭଳି କୌଣସି ବ୍ୟବସାୟୀ କଳାବଜାରୀ ଓ ଅନାବଶ୍ୟକ ଭାବେ ଖାଦ୍ୟ ସାମଗ୍ରୀ ମହଜୁଦ କରି ନ ରଖନ୍ତି ଏଥିନିମନ୍ତେ ଏହି ଚଢ଼ାଉ କରାଯାଇଛି । … Read more