December 6, 2025 12:28 pm

ପରବର୍ତ୍ତୀ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିବେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ମୁଖ୍ୟ ବିଚାରପତିଙ୍କ ପରେ ସବୁଠାରୁ ବରିଷ୍ଠ ବିଚାରପତି ଏବଂ ଭାରତୀୟ ନ୍ୟାୟପାଳିକାର ନେତୃତ୍ୱ ନେବା … Read more

ଶ୍ରେୟସ ଆୟର ଆଇସିୟୁରେ ଆଡ୍‌ମିଟ୍‌..

ମୁମ୍ବାଇ: ଆଇସିୟୁରେ ଶ୍ରେୟସ ଆୟର। ଟିମ୍‌ ଇଣ୍ଡିଆ ପାଇଁ ଟେନ୍‌ସନ। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଏହି ଘଟଣା ପରେ ଏବେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏବେ ICUରେ ରଖାଯାଇଛି। ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରେୟସଙ୍କ ସୁସ୍ଥତା ଉପରେ ନିର୍ଭର … Read more

ଘରେ ପଶି ନେଇଗଲେ ୪୦ ଗ୍ରାମ୍ ସୁନା ସହ ୨୫ ଲକ୍ଷ ଟଙ୍କା

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ ସହରରେ ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଟଙ୍କା ଓ ସୁନାଗହଣା। ବଣାଇ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ଦୋକାନ ମାଲିକଙ୍କ ଘରେ ମା, ଝିଅ ଓ ଦୋକାନରେ କାମ କରୁଥିବା ପିଲା ଶୋଇଥିବା ବେଳେ ମଧ୍ୟରାତ୍ରିରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ପହଞ୍ଚି ତଳେ ଶୋଇଥିବା ତାଙ୍କର ଚାକରକୁ ଆଗେ ପ୍ରବଳ ମାଡ଼ … Read more

ବିହାର ନିର୍ବାଚନ ଓ ଉପନିର୍ବାଚନ: ନୀରବ ଅବଧି (Silence Period) ରେ ନିର୍ବାଚନ ସମ୍ପର୍କୀୟ ବିଷୟବସ୍ତୁ ଓ Exit Poll ପ୍ରଦର୍ଶନ ନିଷେଧ

ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ (ECI) ୨୦୨୫ ଅକ୍ଟୋବର 6 ତାରିଖରେ ବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ବିହାରରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬, ୨0୨୫ ଓ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧, ୨୦୨୫ ରେ ଅନୁଷ୍ଠିତ ହେବ । ଜନପ୍ରତିନିଧି ଆଇନ, ୧୯୫୧ (Representation of the People Act, 1951) ର ଧାରା ୧୨୬(୧)(b) ଅନୁଯାୟୀ ନିର୍ବାଚନ ସମୟରେ … Read more

ଟ୍ରେନରେ ମଧୁମେହ ରୋଗୀଙ୍କୁ ମିଳିବ ସ୍ୱତନ୍ତ୍ର ଖାଦ୍ୟ

ନୂଆଦିଲ୍ଲୀ: ଦେଶରେ ମଧୁମେହ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ ଏବଂ ଦୂରନ୍ତ ଏକ୍ସପ୍ରେସ ଭଳି ପ୍ରିମିୟମ୍ ଟ୍ରେନଗୁଡ଼ିକ ଏବେ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବିକଳ୍ପ ପ୍ରଦାନ କରିବ। ଏହାର ଅର୍ଥ ହେଉଛି ଆପଣ ଟିକେଟ୍ ବୁକ୍ କରିବା ସମୟରେ ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ଚାହୁଁଛନ୍ତି କି ନାହିଁ ତାହା ବାଛିପାରିବେ।ଯେଉଁମାନେ ମଧୁମେହ ଭଳି ରୋଗରେ … Read more