December 6, 2025 10:10 am

କରୁର ଦଳାଚକଟା ଘଟଣାର CBI କରିବ ତଦନ୍ତ

ତାମିଲନାଡୁ: କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ବାବଧାରେ ତଦନ୍ତ ହେବ । ଏହି ତଦନ୍ତକୁ ମନିଟର ପାଇଁ ୩ ଜଣିଆ କମିଟି ଗଠନ କରାଯିବ। ସାଉଥ ସୁପରଷ୍ଟାର ତଥା TVK ନେତା ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା। ଏବେ ଅଡୁଆରେ ସାଉଥ ସୁପରଷ୍ଟାର୍ … Read more

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ (ସୋମବାର) ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ଅକ୍ଟୋବର ୨୨ (ବୁଧବାର) ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୧ … Read more

ନିଜ ଜନ୍ମଦିନରେ ପଦଯାତ୍ରା କରିବେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ନିଜ ଦଳର ପଦଯାତ୍ରା ଆରମ୍ଭ ହୋଇଥିବାବେଳେ ଯୋଗ ଦେଇ ନ ଥିଲେ । ଏଥି ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିବା ବେଳେ ଏବେ ଏହି ପଦଯାତ୍ରାରେ ସାମିଲ ହେବେ ନବୀନ । ଅକ୍ଟୋବର ୧୬ ନିଜ ଜନ୍ମଦିନରେ ହିଁ ପଦଯାତ୍ରା କରିବେ ନବୀନ। ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ କହିବା ମୁତାବକ, ନବୀନ ପଟ୍ଟନାୟକ ଗଙ୍ଗନଗର ୱାର୍ଡ ନଂ ୫୨ରେ ଜନସଂପର୍କ ପଦଯାତ୍ରା କରିବେ । … Read more

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଏମ୍‌ସ କର୍ମଚାରୀଙ୍କ ମୃତ୍ୟୁ ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ବର ଏମ୍ସରେ କାମ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳି କରିଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର। ତେବେ ଏହି ଘଟଣାରେ ଜଣେ ଦୁର୍ବୃତ୍ତ ଥିବା ଖବର ମିଳିଛି । ଖବର ମୁତାବକ, ସକାଳୁ ସକାଳୁ ଏମ୍ସରୁ କାମସାରି ଫେରୁଥିଲେ ସୁଧାଂଶୁ , ସେହି ସମୟରେ ଗୁଳିମାଡ ହୋଇଥିଲା । ଖାଲି ଏତିକି ନୁହେଁ ଏହି ଘଟଣାରେ ପୂର୍ବ ଶତ୍ରୁତା ଜମିଜମା … Read more

ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ କୁ କଡା ସମାଲୋଚନା

ପଶ୍ଚିମବଙ୍ଗ : ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଙ୍କୁ ଗଣଦୁଷ୍କର୍ମ ମାମଲା କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମମତା ବାନାର୍ଜୀ । ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ୍ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଉଚିତ୍ ବୋଲି ମମତା କହିଛନ୍ତି । ଏହିଭଳି ମନ୍ତବ୍ୟ ପରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଛି। ଝିଅ ବାହାରକୁ ବାହାରିବା ନେଇ ଅଜବ ଯୁକ୍ତିକୁ କଡା ସମାଲୋଚନା କରିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ଅର୍ଚ୍ଚନା ମଜୁମଦାର। … Read more

ବିହାର ବିଧାନସଭା ନିର୍ବାଚନ 2025: ଏନଡିଏରେ ଛିଡ଼ିଲା ଆସନ ବଣ୍ଟା

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ରବିବାର ଆସନ ଭାଗବଣ୍ଟା କରିଛି। ୨୪୩ ସିଟ୍ ବିଶିଷ୍ଟ ବିଧାନସଭାରେ ଭାଜପା ଓ ଜନତା ଦଳ (ୟୁନାଇଟେଡ୍) ପ୍ରତ୍ୟେକ ୧୦୧ଟି ସିଟ୍‌ରେ ଲଢ଼ିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଚିରାଗ ପସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ୨୯ଟି ସିଟ୍, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍‌ଏଲ୍‌ଏମ୍) ଓ ହିନ୍ଦୁସ୍ଥାନୀ ଆୱାମ୍ ମୋର୍ଚ୍ଚା (ଏଚ୍‌ଏଏମ୍) ପ୍ରତ୍ୟେକ ୬ଟି ସିଟ୍‌ରେ ଲଢ଼ିବେ। ବିହାର ନିର୍ବାଚନ ଇନ୍‌ଚାର୍ଜ ପ୍ରଧାନ କହିଛନ୍ତି … Read more