December 6, 2025 1:00 pm

କିମ୍ସରେ ଡାକ୍ତରଙ୍କ ଦ୍ୱାରା ଜଟିଳ ଯକୃତ ଅସ୍ତ୍ରୋପଚାର

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାର କିମ୍ସରେ ଏକ ଜଟିଳ ଯକୃତ ଅସ୍ତ୍ରୋପଚାର କରାଯାଇଛି । କିମ୍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ଜଣେ ୨ ବର୍ଷ ୭ ମାସ ବୟସର ଶିଶୁ କନ୍ୟା। ଶିଶୁର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ଏକ ବିରଳ ଟ୍ୟୁମର ହୋଇଥିଲା। ଏହା ଶିଶୁଟିର ଫୁସ୍‍ଫୁସ୍‍ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଶିଶୁଟି ପେଟରେ ମାସ ମାସ ଧରି ଯନ୍ତ୍ରଣା ଅନୁଭବ କରିବା ସହ … Read more

ଆସନ୍ତାକାଲି ରାଜ୍ୟ ବିଜେପିର କୋର୍ କମିଟି ବୈଠକ

ଭୁବନେଶ୍ୱର: ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଖବର ଦେଇଛନ୍ତି ଯେ, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ବସିବ। ଦୁଇ ପ୍ରଭାରୀଙ୍କ ସହ ସମସ୍ତ କୋର୍ କମିଟିର ସଦସ୍ୟ ଉପସ୍ଥିତ ରହିବେ। ନୂୂଆପଡା ଉପନିର୍ବାଚନ ନେଇ ବୈଠକରେ ଆଲୋଚନା ହେବ। ସେ କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନ ପାଇଁ ଖୁଵ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। କୋର କମିଟି ବୈଠକରେ ବହୁତ ଆଶାୟୀଙ୍କ ନାମ ଆଲୋଚନା … Read more

ଆଜି ଆଇନଜୀବୀ ଙ୍କ ରାଜ୍ୟବ୍ୟାପୀ କଲମଛାଡ଼

କଟକ:ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଏ ନେଇ ପ୍ରେସ୍‌ ଇସ୍ତାହାରରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଏଥିସହ ପୀତବାସଙ୍କ ପରିବାରକୁ ସରକାର କୋଟିଏ ଟଙ୍କା କ୍ଷତିପୂରଣ ପ୍ରଦାନ, ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟିକ ତଦନ୍ତ ଦାବି କରିଛି ରାଜ୍ୟ ଆଇନଜୀବୀ ପରିଷଦ।ଘଟଣା ଅନୁସାରେ, ଦୁଇଜଣ ଅଜଣା ଯୁବକ ବ୍ରହ୍ମପୁରସ୍ଥିତ ତାଙ୍କ ଘର ସାମ୍ନାରେ … Read more

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ ମଙ୍ଗଳବାର ମୋହର ଲଗାଇଛି ଏଆଇସିସି। ଆଜି ଏହି ମର୍ମରେ ଏଆଇସିସି ପକ୍ଷରୁ ସାଧାରଣ ସଂପାଦକ (ସଙ୍ଗଠନ) ବିଜ୍ଞପ୍ତି ପ୍ରକାଶ କରିଛନ୍ତି।ଘାସିରାମ ମାଝୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହେବାପରେ ଦଳୀୟ … Read more

ପାହାଡ଼ରେ ଭୂସ୍ଖଳନ,ବସ୍ ଉପରେ ପଡ଼ି ୧୫ ଜଣଙ୍କ ମୃତ୍ୟୁ

ଶିମଲା:ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ବରଠୀ ଅଞ୍ଚଳର ଭଲୁ ସେତୁ ନିକଟରେ ଭୂସ୍ଖଳନ ହୋଇଥିଲା । ଫଳରେ ଏକ ଘରୋଇ ଚଳନ୍ତା ବସ୍ ଉପରେ ଭଗ୍ନାବଶେଷ/ ବଡ ପଥର ଖସିପଡ଼ିଛି। ରିପୋର୍ଟ ଅନୁଯାୟୀ, ଏଥିରେ ୩୦ ଜଣ ଯାତ୍ରା କରୁଥିଲେ। ବର୍ତ୍ତମାନ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି।ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ପ୍ରଶାସନର ସହାୟତାରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ବାକି ସମସ୍ତ … Read more