December 6, 2025 9:11 am

ମହିଳାଙ୍କୁ ଅପହରଣ ଘଟଣା: ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ଜାତୀୟ ରାଜପଥ ଚରମ୍ପା ନିକଟରେ ବିଳମ୍ବିତ ରାତିରେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ ଘଟଣା । ଅପହୃତା ମହିଳାଙ୍କୁ କେନ୍ଦୁଝର ଆନନ୍ଦପୁର ବରପଦାରୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଲା ପୁଲିସ୍‌। ସେପଟେ ଅପହରଣ କରିଥିବା ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିବା ସହ ଟ୍ରକ୍‌କୁ ଜବତ କରିଛି ପୁଲିସ୍‌ । ଟ୍ରକ୍‌ଟି ଏବେ ଭଦ୍ରକ ସହରାଞ୍ଚଳ ଟାଉନ୍ ଥାନାରେ ରହିଛି। କେଉଁ କାରଣରୁ ଏଭଳି କାର୍ଯ୍ୟ କଲା ଅଭିଯୁକ୍ତ ସେନେଇ ପୁଲିସ୍ ତଦନ୍ତ କରୁଛି । … Read more

ଜେ. ପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହାସହିତ ରାଜନୈତିକ ସ୍ଥିତି ଓ ଭବିଷ୍ୟତରେ କାର୍ଯ୍ୟପନ୍ଥା ଉପରେ ବିସ୍ତୁତ ଆଲୋଚନା ହୋଇଛି । ଦଶହରା ଶେଷ ହେବା ପରେ ଏବେ ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ଚର୍ଚ୍ଚା ଜୋର ଧରିଛି ।ତେବେ … Read more

ଏସ୍‍ଆଇ ଚାକିରି ଦୁର୍ନୀତି: ଆଉ ଦୁଇ ଜଣ ଗିରଫ

ଭୁବନେଶ୍ୱର:ପୋଲିସ ଏସ୍‍ଆଇ ଚାକିରି ଦୁର୍ନୀତି ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ପୂର୍ବରୁ ୧୧୪ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି ମହାଦୁର୍ନୀତିର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‍ ଡିଜିଟାଲ ତଥ୍ୟ ଯୋଗାଡରେ ଲାଗିପଡିଛି । ପଞ୍ଚସଫ୍ଟ କମ୍ପାନୀ ମାଲିକ ଶଙ୍କର ପୃଷ୍ଟି ମାଷ୍ଟର ମାଇଣ୍ଡ ଥିବା ସନ୍ଦେହ କରାଯାଉଛି ।ଏହି କେଳେଙ୍କାରୀର ପର୍ଦ୍ଦାଫାସ କରିବାକୁ ତଦନ୍ତ … Read more

କଫ୍ ସିରପରେ ନାହିଁ ହାନିକାରକ ପଦାର୍ଥ:କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ କଫ୍ ସିରପ୍ ଯୋଗୁଁ ୧୨ ଶିଶୁଙ୍କ ମୃତ୍ୟୁ ହେବା ଉପରେ ସ୍ପଷ୍ଟୀକରଣ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କଫ୍ ସିରପ୍ ନମୂନାରେ ଡାୟଥିଲିନ ଗ୍ଲାଇକୋଲ୍ (ଡିଇଜି) ବା ଏଥିଲିନ୍ ଗ୍ଲାଇକୋଲ୍ (ଇଜି) ଭଳି କିଛି କ୍ଷତିକାରକ ରାସାୟନିକ ପଦାର୍ଥ ନ ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ରାଷ୍ଟ୍ରୀୟ ବିଷାଣୁ ବିଜ୍ଞାନ ସଂସ୍ଥା (ଏନ୍ଆଇଭି), … Read more

ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୬ ଗୁରୁତର

କଟକ :ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ଭସାଣି ଯାତ୍ରା ସମୟ ରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ହାତୀପୋଖରୀ ଅତିକ୍ରମ କରୁଥିବା ବେଳେ ନାରାବାଜି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ଢେଲା ଓ କାଚ ବୋତଲ ମାଡ଼ ହୋଇଥିଲା। ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ … Read more