December 6, 2025 10:45 am

ମୃତ ଗ୍ରାହକଙ୍କ କ୍ଲେମ ପାଇଁ, RBI ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବେ ତା’ର ମୃତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଲକର ଦାବି ସମାଧାନ ପାଇଁ ଏକ ସମୟସୀମା ଧାର୍ଯ୍ୟ କରିଛି। ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାର ୧୫ଦିନ ମଧ୍ୟରେ ଦାବି ସମାଧାନ କରିବାକୁ RBI ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏହା ନକଲେ ଗ୍ରାହକମାନଙ୍କୁ କ୍ଷତିପୂରଣ ଦିଆଯିବ।RBI ର ନୂତନ ନିର୍ଦ୍ଦେଶାବଳୀ ଯାହାକୁ Reserve Bank of India (Settlement of Claims in respect of Deceased Customers of … Read more

ମୌଲାନା ଗିରଫ ପରେ ଇଣ୍ଟରନେଟ୍ ସେବା ବନ୍ଦ: ବରେଲୀ ହିଂସା

ନୂଆଦିଲ୍ଲୀ: ପୋଲିସ ଗୋଟି ଗୋଟି କରି ସମସ୍ତଙ୍କୁ ବାନ୍ଧୁଛି । ଆଇଏମସି ମୁଖ୍ୟ ମୌଲନା ତୌକୀର ରଜାକୁ ପୋଲିସ ଗିରଫ କରିବା ପରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ ଶନିବାର ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସରକାରୀ ନିର୍ଦ୍ଦେଶ ପରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ବରେଲୀରେ ଇଣ୍ଟରନେଟ୍ ସେବା ସ୍ଥଗିତ କରାଯାଇଛି । ବରେଲୀ ଏସଏସପିଙ୍କ କହିବା ଅନୁସାରେ, ମୋଟ୍ ୮ … Read more

ଓଡ଼ିଶାକୁ ୧୭ ଶହ କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟି

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରି ସାରା ଦେଶରେ ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ କରିଛନ୍ତି । ଓଡ଼ିଶା ପାଇଁ ମୋଟ୍‌ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ସମ୍ବଲପୁର-ସରଲା ମଧ୍ୟରେ ୨୭୩ କୋଟିର ରେଲ୍‌ ଫ୍ଲାଇ ଓଭର । କୋରାପୁଟ-ବାଇଗୁଡ଼ା ରେଲୱେ ଦେହରୀକରଣ ପାଇଁ ୪୮୧ କୋଟି । ବ୍ରହ୍ମପୁର- ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ । … Read more

୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ ଦେଉଛନ୍ତି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେଉଛି। ପ୍ରାୟ ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଛନ୍ତି। ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏପରିକି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ … Read more

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଏହି ପରିକ୍ଷାରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ମୋଟ ୩୮୯ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୪୪ ଜଣ ଝିଅ ରହିଛନ୍ତି । ଏଥିରେ ଟପ୍ପର ହୋଇଛନ୍ତି ପ୍ରିୟାଂଶୁ ପାଲ୍‌ । ଏବଂ ଅନନ୍ୟା ମିଶ୍ର ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ଶୋଭନ ପଟ୍ଟନାୟକ ୩ୟ ସ୍ଥାନରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ … Read more

୩୫ ଜଣ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ୩୫ ଜଣ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ପ୍ରତି ଜିଲ୍ଲା ପାଇଁ ଥିବା ଏଆଇସିସି ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା କରାଯାଇଥିବା ସମୀକ୍ଷା ପରେ ମିଳିଥିବା ରିପୋର୍ଟ ଆଧାରରେ ନାମଗୁଡ଼ିକୁ ମଞ୍ଜୁରି ମିଳିଛି । ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କ ଅନୁମୋଦନ ପରେ ଜିଲ୍ଲା ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ବିଧାୟକ ଥିବା ଅଧିକାଂଶ ନେତାଙ୍କୁ ସେମାନଙ୍କ ଜିଲ୍ଲାର ସଭାପତି କରାଯାଇଛି । ରାୟଗଡ଼ା ପାଇଁ ଆପଲ ସ୍ବାମୀ … Read more