December 6, 2025 10:46 am

‘ଆମ ସାଥି ୟୁନିଫାଏଡ୍ ହ୍ୱାଟ୍ସଆପ୍’ ହେଲା ଲୋକାର୍ପିତ: ଗୋଟିଏ କ୍ଲିକ୍‌ରେ ୧୩୨ ପ୍ରକାରର ସରକାରୀ ସୁବିଧା

ଭୁବନେଶ୍ୱର: ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମ ମୃତ୍ୟୁ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ, ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ ଆଦି ବହୁ ସୁବିଧା ହ୍ୱାଟସଆପ ଜରିଆରେ ମିଳିପାରିବ । ଲୋକଙ୍କ ହାତ ପାହାନ୍ତାରେ ସେବା ପହଞ୍ଚାଇବାକୁ ଆରମ୍ଭ ହେଲା ଆମ ସାଥୀ ୟୁନିଫାଏଡ ହ୍ୱାଟସଆପ । ଏଥିପାଇଁ ୯୪୩୭୨୯୨୦୦୦ ହ୍ୱାଟସଆପ ନମ୍ବରରେ ଆବେଦନ କରି ପାରିବେ । ଆବେଦନ ପରେ ସାର୍ଟିଫିକେଟ ଏହି ନମ୍ୱର୍ ଜରିଆରେ ପାଇ … Read more

ଟ୍ରମ୍ପଙ୍କ ୧୦୦% ଶୁଳ୍କ ଘୋଷଣାରେ ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା

ନୂଆଦିଲ୍ଲୀ: ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ତେବେ ଆମେରିକାରେ ଉତ୍ପାଦନ କାରଖାନା ନିର୍ମାଣ ଆରମ୍ଭ କରିଥିବା କମ୍ପାନୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ କରାଯାଇଛି । ଆମେରିକାକୁ ରପ୍ତାନି ହେଉଥିବା ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ … Read more

ଦୁର୍ଗାପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି: କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଦୁର୍ଗାପୁଜା ପାଇଁ ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ। କମିଶନରେଟ୍ ପୋଲିସ ଗୁରୁବାର ଦିନ ଭୁବନେଶ୍ୱରରେ ଦୁର୍ଗାପୂଜା ଉତ୍ସବ ପାଳନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି। ଟ୍ରାଫିକ୍ କଟକଣା ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ। “ଭୁବନେଶ୍ୱରରେ ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ଉତ୍ସବ ପାଳନ କରାଯିବ। ଓଡ଼ିଶା … Read more

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ )ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ-୨୦୨୫ (28th ITTF-ATTU Asian Table Tennis Team Championships 2025) ର ଆୟୋଜନ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍‌ … Read more

ଲଘୁଚାପ ପ୍ରଭାବରୁ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଭାରତ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ୨୭ ତାରିଖ ସକାଳେ ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା … Read more

ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ କରିଛନ୍ତି। ଲେହ ହିଂସା ପରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ର ସରକାର FCRA ନିୟମ ଉଲ୍ଲଂଘନ କରିଥିବାରୁ SECMOLର FCRA ପଞ୍ଜିକରଣ ରଦ୍ଦ କରିଥିଲେ। ଗୃହ ମନ୍ତ୍ରଣାଳୟର ତଦନ୍ତରେ ଅନେକ ଅନିୟମିତତା ଏବଂ ଉଲ୍ଲଂଘନ ସାମ୍ନାକୁ ଆସିଥିଲା। ସୋନମ ୱାଙ୍ଗଚୁକଙ୍କ ସଂଗଠନ ବିଦେଶୀ ଦାନ ଏବଂ ପାଣ୍ଠି ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ କରିବାରେ ବିଫଳ ହେବା ଏବଂ FCRA ( … Read more