December 6, 2025 1:14 pm

୩ ବର୍ଷ ଧରି ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ

ଭୁବନେଶ୍ୱର: ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ । ୩ ବର୍ଷ ଧରି ଥିବା ରାଜସ୍ୱ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍ଆଇ, ସହକାରୀ ଆର୍ଆଇ, ଅମିନଙ୍କର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ … Read more

ଗଣଶିକ୍ଷା ବିଭାଗର ନୀତି ପ୍ରସ୍ତୁତ,ନିଜ ଜିଲ୍ଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଶିକ୍ଷକମାନେ ନିଜ ଜିଲ୍ଲାରେ ନିଯୁକ୍ତି ପାଇବେ ନାହିଁ, ଏବଂ ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ … Read more

ଶିଶୁଭବନ ସଂପ୍ରସାରଣ ଯୋଜନାରେ ବଢ଼ିବ ୩୫ ପିଜି ସିଟ୍‌, ୬୪୬ ଶଯ୍ୟା, ୧୧୪ ନୂଆ ପଦବି

କଟକ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁଭବନରେ ଶଯ୍ୟାସଂଖ୍ୟା ବୃଦ୍ଧି ସଂପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶିଶୁଭବନର ଶଯ୍ୟାସଂଖ୍ୟା ୨୦୦ରୁ ୮୪୬କୁ ବୃଦ୍ଧି ପାଇଛି। ଏଥିପାଇଁ ଅତିରିକ୍ତ ଭାବେ ୧୧୪ଟି ନୂଆ ପଦବିକୁ ମଧ୍ୟ ମଞ୍ଜୁରି ମିଳିଛି। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୫୫୦ କୋଟି ଟଙ୍କା ଦରମା ବାବଦକୁ ଖର୍ଚ୍ଚ କରିବେ। ମାସକୁ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଶିଶୁଭବନର ନୂଆ ସାତ ମହଲା କୋଠା ପାଇଁ ଡାକ୍ତର ପଦବି ୫୯ଟି ବୃଦ୍ଧି ପାଇଛି। … Read more

ଯାତ୍ରୀଙ୍କୁ ମାଡମାରିବା ଘଟଣା,‘ଆମ ବସ’ କଣ୍ଡକ୍ଟରକୁ ବହିଷ୍କାର କଲା CRUT

ଭୁବନେଶ୍ବର: ଯାତ୍ରୀଙ୍କୁ ମାଡମାରିବା ଘଟଣା ରେ ‘ଆମ ବସ’ କଣ୍ଡକ୍ଟରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି CRUT । ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏପରିକି ଏହି ଘଟଣା ପାଇଁ CRUT ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଦୁଃଖ ପ୍ରକାଶ କରିଛି। ଅନ୍ୟପକ୍ଷେ ସମ୍ପୃକ୍ତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାଇ ଗୁରୁବାର ୨୮ ନଂ ରୁଟ୍‌ରେ ଏକ ଅପ୍ରିତିକର ଘଟଣା ଘଟିଥିଲା। … Read more

ହିଣ୍ଡନବର୍ଗ ମାମଲାରେ ଗୌତମ ଆଦାନୀଙ୍କୁ ସେବିର କ୍ଲିନଚିଟ୍

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଗୁରୁବାର ଆଦାନୀ ଗ୍ରୁପ୍ ଏବଂ ଏହାର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗରୁ କ୍ଲିନ ଟିଟ୍ ଦେଇଛି। ଏନେଇ ପିଟିଆଇରେ ଖବର ପ୍ରକାଶ ପାଇଛି। ସୂଚନା ଥାଉକି ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ ମେନିପୁଲେସନ ଓ ବେଇଆଇନ କାରବାର ଅଭିଯୋଗ ଆଣିଥିଲା ହିଣ୍ଡେନବର୍ଗ। ନିଜର କାରବାର ଲୁଚାଇବାକୁ ଗ୍ରୁପ ଅନ୍ୟ ୩ କମ୍ପାନୀ ମାଧ୍ୟମର ପାଣ୍ଠିର ବ୍ୟବହାର କରିଥିଲା ବୋଲି ସଂସ୍ଥା … Read more