December 6, 2025 1:10 pm

ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ

ଭୁବନେଶ୍ୱର: ସରକାର ବିରୋଧରେ ଅନାସ୍ଥା ଆଣିଲା କଂଗ୍ରେସ । ଏନେଇ କଂଗ୍ରେସର ବିଧାୟକମାନେ ଚିଠି ଦେବା ସହିତ ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଛନ୍ତି । ତେବେ ଏହି ଅନାସ୍ଥା ପ୍ରସ୍ତାବ ନେଇ ୧୫ ବିଧାୟକଙ୍କ ସମର୍ଥନ ଥିବା ନେଇ କଂଗ୍ରେସ ନେତା ଦାବି କରିଛନ୍ତି । ଅନ୍ୟପଟେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଜଣାଇନି । ଏ ସମ୍ପର୍କରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କଂଗ୍ରେସର ନେତାମାନେ ଏ … Read more

ବିଧାନ ସଭାରେ ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାର ସଦସ୍ୟ ଥିବା ରାଜେନ୍ଦ୍ର ଢୋଲକିଆ, ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପ୍ରସନ୍ନ କୁମାର ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ କୁମାର ଭଞ୍ଜ, ମହମ୍ମଦ ରଫିକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ଓଡ଼ିଶା ପୁଲିସର ଲୋକନାଥ ଶବର ଏବଂ ଲକ୍ଷ୍ମଣ ମାଝୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ … Read more

ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବସ୍‌ ଭଡା ଛାଡ଼

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ମାଗଣାରେ ସ୍କୁଲକୁ ବସ୍‌ରେ ଯାଇପାରିବେ ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ଦେବାକୁ ପଡିବନି ବସ୍ ଭଡା । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା । ସମୟକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସମୟରେ ପରିବର୍ତ୍ତନ କରିବାକୁ ଓଏସଆରଟିସିକୁ ଅନୁରୋଧ କରାଯାଇଛି । ଏପରିକି ସ୍କୁଲ ପିଲାଙ୍କ ରୁଟକୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଅଧିକରୁ ଅଧିକ … Read more

ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତରଣକୁ ମିଳିଲା ଅନୁମତି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା ନେଇ ଦୁଇଟି ବଡ଼ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତିଯେ ଧାଡି ଦର୍ଶନ ନେଇ ଯେଉଁ ସମସ୍ୟା ଥିଲା ତାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଦୂର ହୋଇଛି । ଶ୍ରୀମନ୍ଦିର ଭିତରେ ଥିବା ହୁଣ୍ଡି ଯୋଗୁଁ ଧାଡ଼ିଦର୍ଶନ ସମ୍ଭବ ହୋଇପାରୁନଥିଲା । ତେଣୁ ହୁଣ୍ଡି ସ୍ଥାନାନ୍ତରଣ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି … Read more

୧.୫ କୋଟି ଚାରା ରୋପଣ କରି ଓଡିଶା ଭାଙ୍ଗିଲା ଏକଦିବସୀୟ ଚାରା ରୋପଣର ସମସ୍ତ ରେକର୍ଡ

ଭୁବନେଶ୍ୱର: “ଏକ ପେଡ୍ ମା କେ ନାମ ଦ୍ୱିତୀୟ ସଂସ୍କରଣ” ଅଭିଯାନ ଅନ୍ତର୍ଗତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଥିଲେ । ଏହି ଆହ୍ୱାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରି ଓଡ଼ିଶାବାସୀ ବୁଧବାର ଅପରାହ୍ନ ୪.୩୦ ସୁଦ୍ଧା ୧,୪୯,୧୧,୩୩୯ ଗୋଟି ଚାରା ରୋପଣ କରି କେବଳ ଭାରତ … Read more

ଅର୍ଚ୍ଚନା ନାଗ ଓକିଲାତି ପେଶାରୁ ନିଲମ୍ବିତ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ଙ୍କୁ ଓକିଲାତି ପେଶାରୁ ନିଲମ୍ବନ କଲେ ରାଜ୍ୟ ଆଇନଜୀବୀ ପରିଷଦ। ତଥ୍ୟ ଗୋପନ ରଖି ଓକିଲାତି ଲାଇସେନ୍ସ ହାତେଇ ଥିଲେ ଅର୍ଚ୍ଚନା । ତାଙ୍କ ନାମରେ କୌଣସି ଫୌଜଦାରୀ ମାମଲା ନ ଥିବା ଦର୍ଶାଇ ଥିଲେ। କିନ୍ତୁ ତାଙ୍କ ନାମରେ ଫୌଜଦାରୀ ମାମଲା ଥିବା ଜାଣି ପାରିଛି ଆଇନଜୀବୀ ପରିଷଦ। ସେହିଭଳି ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ଅର୍ଚ୍ଚନା। ସେଥିପାଇଁ ତାଙ୍କୁ ଓକିଲାତି ପେଶାରୁ କରାଯାଇଛି ନିଲମ୍ବନ। ଏନେଇ ରାଜ୍ୟ ଆଇନଜୀବୀ … Read more