December 6, 2025 2:51 pm

ବର୍ଷା ଯୋଗୁଁ ପୁଣି ଧସିଲା କଳିଙ୍ଗା ଘାଟି

ଭୁବନେଶ୍ୱର: ପୁଣି ଧସିଲା କଳିଙ୍ଗା ଘାଟି । ଏଥର ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୂରା ବନ୍ଦ ହୋଇ ପଡିଛି । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଏହି ଘାଟି ରାସ୍ତା ଏବେ ପୂରା ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା … Read more

ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ, ଜଗିବେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥା ର ଯାଞ୍ଚ କରିଛନ୍ତି। ଅଧିବେଶନ ସମୟରେ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ … Read more

ଡିଜେ ଗାଡ଼ିରେ ଲାଗିଲା ଅଙ୍କୁଶ, ନିୟମ ଉଲ୍ଲଙ୍ଘନ କଲେ ଜରିମାନା ସହ ହେବ ପଞ୍ଜିକରଣ ରଦ୍ଦ

ଭୁବନେଶ୍ୱର: ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମ୍ନାକୁ ଆସିଥିବା ଅଘଟଣକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଏହି ଡିଜେ ଯାନ ଗୁଡ଼ିକ ବେଆଇନ ଭାବେ ଯାନର ଷ୍ଟ୍ରକଚର୍ ବା ମୂଳଢାଞ୍ଚାରେ କରୁଥିବା ପରିବର୍ତ୍ତନ, ଯାନର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତ୍ତନ, ଯାନରେ ଲଗାଉଥିବା ଅତି ଉଚ୍ଚ ସ୍ୱରର ଲାଉଡ ସ୍ପିକର ଏବଂ ଚିକମିକ୍ କରୁଥିବା ବେଆଇନ ଆଲୋକ ଇତ୍ୟାଦିକୁ ରୋକିବା ନିମନ୍ତେ ଏଣିକି କଠୋର … Read more

ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ। କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ପୁରୁଷ ବନ୍ଧୁ ଦୀପକ ରାଉତ ତଣ୍ଟି ଚିପି ହତ୍ୟା କରିଥିବା କମିଶନରେଟ୍ ପୋଲିସ ନିକଟରେ ସ୍ୱୀକାର କରିଛି । ସେ କମିଶନରେଟ୍ ପୋଲିସରେ କିରାଣୀଭାବେ କାର୍ଯ୍ୟ କରନ୍ତି । ତାକୁ ବର୍ତ୍ତମାନ ପୋଲିସ ହେପାଜତରେ ରଖାଯାଇଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପିଚୁକୁଲି ଗ୍ରାମର ଶୁଭମିତ୍ରା ସାହୁ ଭୁବନେଶ୍ୱରର କ୍ୟାପିଟାଲ ଥାନା ସୂର୍ଯ୍ୟନଗର ଅଞ୍ଚଳରେ … Read more

ମୋଦିଙ୍କ ଜନ୍ମ ଦିନରେ ଦେଶ ବ୍ୟାପି ଶୁଭେଚ୍ଛା ସହ ନିଲାମ ହେବ ମିଳିଥିବା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୫ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କର ଜନ୍ମଦିନରେ ବିଶ୍ୱର କୋଣଅଣୁକୋଣରୁ ଶୁଭେଚ୍ଛାର ବାର୍ତ୍ତା ଆସୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟେଲିଫୋନ୍‌ ଓ ସାମାଜିକ ଗଣମାଧ୍ୟମରେ ବିଶ୍ୱର ବିଶିଷ୍ଟ ଲୋକେ ଶୁଭେଚ୍ଛା ବାର୍ତ୍ତା ଜଣାଉଛନ୍ତି। ଏହି କ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନରେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମାଜିକ ଗଣମାଧ୍ୟମରେ ଜନ୍ମଦିନର ହାର୍ଦ୍ଦିକ … Read more

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହେଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ପୂର୍ବରୁ ମଙ୍ଗଳବାର ଦିନ ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରତିକ୍ରିୟା ଦେଇ କହିଛନ୍ତି, “ବାଚସ୍ପତି ସବୁ ଦଳର ସହଯୋଗ ଲୋଡିଲେ ସାମ୍ଭିଧାନିକ ଵିଧି ବ୍ୟବସ୍ଥା ଅନୁସାରେ ଆମେ ସହଯୋଗ କରିବୁ । ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ରହିଛି । ଚାଷୀ ଓ ସାର ସମସ୍ୟା ସହ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ, ମହିଳା ବିରୋଧୀ … Read more