December 6, 2025 3:16 pm

ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ

କଟକ: ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ, କାରଣ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍‌ ନୁହେଁ। ଓପିଏସ୍‌ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥାଏ। ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥାଏ। ଏହି ପରିପ୍ରେକ୍ଷୀରେ ଓପିଏସ୍‌ସି କର୍ମଚାରୀଙ୍କ କ୍ୟାଡର୍‌ ସଚିବାଳୟ କର୍ମଚାରୀଙ୍କ କ୍ୟାଡର ସହ ସମାନ ହେବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ରାଜ୍ୟ ସରକାର … Read more

ପ୍ରଦୂଷଣ ରୋକିବା ପାଇଁ ସରକାର ଆରମ୍ଭ କରିବେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP)ର ସଫଳତା ପରେ, ଓଡ଼ିଶା ସରକାର ରାଜ୍ୟର ୧୨ଟି ସହରକୁ ନେଇ ଏକ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (SCAP) ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ଶିଳ୍ପ କେନ୍ଦ୍ର, ଯେଉଁଥିରେ ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼, ବୋଣାଇ, ରାଜଗାଙ୍ଗପୁର, କେଉଁଝର, ଯୋଡା ଏବଂ ବଡବିଲ ଅନ୍ତର୍ଭୁକ୍ତ । ପୁରୀ ଏବଂ ବ୍ରହ୍ମପୁର, ଯଦିଓ ଶିଳ୍ପ ସହର ନୁହେଁ, ସେମାନଙ୍କର ଖରାପ ବାୟୁ ଗୁଣବତ୍ତା ସ୍ତର ଯୋଗୁଁ ଏହାକୁ … Read more

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୯୧୩ଟି ନବନିର୍ମିତ ଅଙ୍ଗନୱାଡିର ଉଦଘାଟନ କଲେ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟରେ ମୋଟ ୯୧୩ଟି ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ ଟି, ବାଲେଶ୍ୱରର ୭୭, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, କେନ୍ଦୁଝରର ୧୮ଟି, ଖୋର୍ଦ୍ଧାର … Read more

ବହିଷ୍କୃତ ହେଲେ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକ

ଜଗତସିଂହପୁର: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଅଧ୍ୟାପକଙ୍କୁ ଜଗତସିଂହପୁର ଉପ ଜିଲ୍ଲାପାଳ ବହିଷ୍କାର କରିଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜରେ ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସନ୍ତୋଷ କୁମାର ଶତପଥି କାର୍ଯ୍ୟ କରୁଥିଲେ। ଏମ୍‌କମ୍‌ ନକଲି ସାର୍ଟିଫିକେଟ ଦେଇ ସେ ୨୦୧୮ ମସିହାରୁ ଚାକିରୀ କରୁଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ମସିହାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ତଦନ୍ତ କରିଥିଲେ। ତଦନ୍ତରେ ସିକିମ ରାଜ୍ୟର ଏକ ଫେକ୍ ବିଶ୍ବବିଦ୍ୟାଳୟରୁ … Read more

କୁଚିଣ୍ଡା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଜମି ବିବାଦ ମାମଲା ହେରଫେର ଅଭିଯୋଗରେ ନିଲମ୍ବିତ କରାଯାଇଛି । ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ପୈତୃକ ସମ୍ପତ୍ତି ବାଣ୍ଟିବାରେ ସମର୍ଥନ କରିଥିଲେ। ତାଙ୍କ ସମ୍ପର୍କୀୟ ଭାଇମାନେ ସ୍ୱର୍ଗତ ଜଗଦୀଶ ଲାଲ ସେଠଙ୍କ ସମ୍ପତ୍ତି ଜବତ କରିବା ପାଇଁ ତାଙ୍କୁ ଏବଂ ତାଙ୍କ ପରିବାରକୁ ମୃତ ଘୋଷଣା କରି ମ୍ୟୁଟେସନ୍ ମାମଲା ପଞ୍ଜିକୃତ କରିଥିଲେ। ସେ … Read more

ଶ୍ମଶାନକୁ ଆସିଥିବା ଶବ ଜୁଇ ଜଳିବା ଆଗରୁ ଜୀବନ୍ତ ହେଲା

ପୁରୀ: ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ। ଘଟଣା ଜଣାପଡିବା ପରେ ସବୁଠି ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାଇ, ସମ୍ପୃକ୍ତ ବୃଦ୍ଧାଙ୍କ ନାମ ହେଉଛି ପି.ଲକ୍ଷ୍ମୀ ଏବଂ ତାଙ୍କ ବୟସ ୮୫ ବର୍ଷ। ବୃଦ୍ଧାଙ୍କ ଘର ଗଞ୍ଜାମ ଜିଳ୍ଲା ପୋଲସରା ଅଞ୍ଚଳର। ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିବା ଜାଣି ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଵର୍ଗଦ୍ଵାରକୁ ସତ୍କାର ପାଇଁ ଆଣିଥିଲେ। ସ୍ଵର୍ଗଦ୍ଵାରରେ ମୃତଦେହ ପହଞ୍ଚିବା ପରେ ସତ୍କାର ପାଇଁ ରହିଥିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। … Read more