୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ ଆବେଦନ
ପୁରୀ: ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପକ୍ରିୟା। ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳୀଙ୍କ ପାଇଁ ଏଥର ହୋଇଛି ବ୍ୟବସ୍ଥା।ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ। ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ। … Read more