December 6, 2025 2:01 pm

ବାତ୍ୟା ଆଶଙ୍କାକୁ ନେଇ IMD ମୁଖ୍ୟଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଅକ୍ଟୋବରରେ ବାତ୍ୟାକୁ ନେଇ ସଠିକ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏବେଯାଏଁ ବାତ୍ୟାର କୌଣସି ସୂଚନା ମିଳିନଥିବା ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପ ସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଏସବୁ ସମୟରେ ପ୍ରତିବର୍ଷ ସାଧାରଣତଃ ବଙ୍ଗୋପସାଗର ଏବଂ ଆରବ ସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ । ତା ଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ । … Read more

ସମସ୍ତ ସରକାରୀ ସ୍କୁଲ ଶନିବାର ସାଢ଼େ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ନିର୍ଦ୍ଦେଶ

ଖୋର୍ଦ୍ଧା: ଏଣିକି ଶନିବାର ସାଢେ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଏନେଇ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଚିଠିରେ ଲେଖା ଅଛି ଯେ, ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳୀନ ପଣ୍ଡିତ ଖୋର୍ଦ୍ଧା ଗସ୍ତରେ ଆସିଥିବା ବେଳେ … Read more

ଦରମା ବୃଦ୍ଧି ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ

ଭୁବନେଶ୍ୱର: ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ । ଦରମା ବୃଦ୍ଧି, ବୋନସ ଦାବିରେ ଧାରଣାରେ ବସିବେ । ଆସନ୍ତାକାଲି ଦାବି ନଶୁଣିଲେ ମଙ୍ଗଳବାରଠୁ ହେବ ଝାଡୁ ବନ୍ଦ ଆନ୍ଦୋଳନ । ତେବେ ଚାରି ଦଫା ଦାବି ନେଇ ଆସନ୍ତାକାଲି କାମ ସାରି ବିଏମସି ଅଫିସରେ ଧାରଣାରେ ବସିବା ନେଇ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ ମଜଦୁର ସଂଘ । ମୃତ୍ୟୁ ପରେ ଅନୁଦାନ, ଇପିଏଫ୍, ଇଏସଆଇ ଏବଂ ଦରମା ବୃଦ୍ଧି ସାଙ୍ଗକୁ ବୋନସ ଦାବିରେ … Read more

ମଣିପୁର ନାଁରେ ହିଁ ମଣି ଅଛି: ମୋଦି

ମଣିପୁର: ମଣିପୁରର ଚୁରାଚନ୍ଦପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ।ମଣିପୁର ବିକାଶ ପଥରେ ଆଗେଇ ଚାଲିଛି କହିଲେ ମୋଦି। ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି। ମଣିପୁର ନାଁରେ ହିଁ ମଣି ଅଛି।ମଣିପୁର ସାହସ ଓ ଉତ୍ସାହର ଭୂମି। ମଣିପୁରକୁ ବିକାଶର ରାସ୍ତାରେ ନେଇ ଯିବା ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୨୩ ମସିହା ହିଂସାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଗୋଟିଏ ହେଉଛି ଚୁରାଚାନ୍ଦପୁର। ସେଠାରେ ମୋଦୀ ଏକ ଜନସମାବେଶକୁ ସମ୍ବୋଧିତ କରି ଏପରି କହିଛନ୍ତି। … Read more

ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆପଡା : ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ହେବ। ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ନୂଆପଡ଼ା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧୀକାରୀ (ସିଇଓ)ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତିରେ କୁହାଯାଇଛି ଯେ, ଚଳିତ ସେପ୍ଟେମ୍ବର ୧୫ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟରମାନେ ୧୫ ତାରିଖ ସୁଦ୍ଧା ଦାବି ଓ … Read more