December 6, 2025 11:48 am

୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ଭୁବନେଶ୍ଵର ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ । ରାସ୍ତା ମରାମତି ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ କଟକ ଓ ଭୁବନେଶ୍ଵର ନୁହେଁ, ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ କାମ ହେବ । ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନ ସହ ମିଶି ଆଜିଠୁ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱର ୫୯ ନମ୍ବର ୱାର୍ଡ ଅଫିସ୍ ଓ ଲାଇଟ୍ ହାଉସ୍ … Read more

ପିପିଲିରୁ କୋଣାର୍କ ଯାତାୟତ ପାଇଁ ‘ଗ୍ରୀନଫିଲ୍ଡ କରିଡର’କୁ ଓଡ଼ିଶା ସରକାରଙ୍କ ମଞ୍ଜୁରୀ

ପୁରୀ: ପିପିଲି ଓ କୋଣାର୍କ ମଧ୍ୟରେ ଯାତାୟାତ ସମୟକୁ ୯୦ ମିନିଟରୁ ମାତ୍ର ୩୦ ମିନିଟକୁ ହ୍ରାସ କରିବା ପାଇଁ ଏକ ବଡ଼ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର । ଶୁକ୍ରବାର ପୁରୀ ଜିଲ୍ଲାର ରାସ୍ତା ସଂଯୋଗୀକରଣ ସମୀକ୍ଷା ବୈଠକରେ ଏହି ‘ଗ୍ରୀନଫିଲ୍ଡ କରିଡର’ ଯୋଜନାକୁ ଚୂଡ଼ାନ୍ତ କରାଯାଇଛି। ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ, ନିର୍ମାଣ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ। ପିପିଲି- କୋଣାର୍କକୁ ସଂଯୋଗ କରୁଥିବା … Read more

ମୁମ୍ବାଇରେ ୪୦୦ କେଜି ଆରଡିଏକ୍ସ ଓ ୩୪ ଆତ୍ମଘାତୀ ବିସ୍ଫୋରଣକାରୀ ଘଟଣାରେ ଜଣେ ଗିରଫ

ମୁମ୍ବାଇ: ମୁମ୍ବାଇରେ ଆତଙ୍କ ସୃଷ୍ଟି କରିଥିବା ୪୦୦ କିଲୋଗ୍ରାମ୍‌ ଆରଡିଏକ୍ସ ଓ ୩୪ ଆତ୍ମଘାତୀ ବିସ୍ଫୋରଣକାରୀ ପଠାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶର ନୋଏଡାରୁ ୫୦ ବର୍ଷୀୟ ଅଶ୍ୱୀନ କୁମାର ସାପ୍ରାଙ୍କୁ ଗିରଫ କରିଛି । ସେ ବିହାରର ମୂଳ ବାସିନ୍ଦା ବୋଲି ଜଣାପଡିଛି । ପଚରାଉଚରା ଓ ତଦନ୍ତ ପାଇଁ ତାକୁ ନୋଏଡାରୁ ମୁମ୍ବାଇ ଅଣାଯାଉଛି । ଅଭିଯୁକ୍ତ ଜଣକ ଧମକ ଦେବା ପାଇଁ ବ୍ୟବହାର କରିଥିବା … Read more

ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବେ ନାହିଁ, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଏବଂ ତାଙ୍କ ଅଧିକାରୀଙ୍କ ନିରନ୍ତର ବୟାନ ଭାରତ ସହିତ ସମ୍ପର୍କକୁ ଆହୁରି ଖରାପ କରୁଛି । ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ ବ୍ୟକ୍ତ କରିଛନ୍ତି ଯେ, ସେ ଭାରତ ଏବଂ ରୁଷକୁ ହରାଇ ସାରିଛନ୍ତି । ଏହାସହିତ ସେ କ୍ୱାଡ ବୈଠକରେ ଯୋଗଦେବା ପାଇଁ ଭାରତ ଆସିବାର ଥିଲା, କିନ୍ତୁ ଖବର ଅନୁଯାୟୀ, ଟ୍ରମ୍ପଙ୍କର ଏପରି କୌଣସି ଯୋଜନା ନାହିଁ । ଏହି ସମୟରେ ଏବେ ପ୍ରଧାନମନ୍ତ୍ରୀ ମୋଦୀ … Read more

ଭରତପୁର ଅପହରଣ ଘଟଣାର ୮ ମାସରେ ପରେ, ପ୍ରେମିକ ଗିରଫ

 Share ଭୁବନେଶ୍ୱର: ଭରତପୁର ଥାନା ଅଞ୍ଚଳରୁ ଯୁବତୀ ଅପହରଣ ଏବଂ ତାପଙ୍ଗ ଖଣିରେ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ କମିଶନରେଟ୍ ପୋଲିସ ପର୍ଦ୍ଦାଫାସ କରିଛି । ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଦେବାଶିଷ ବିଶୋୟୀଙ୍କୁ ଗିରଫ କରାଯାଇଛି । ସେ ନୟାଗଡ଼ ରଣପୁର ମଝିଆଖଣ୍ଡ ଅଞ୍ଚଳର ବାସିନ୍ଦା ଅଟେ । ମୃତ ଯୁବତୀ ହେଲେ ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା (୨୨) । ଏ ନେଇ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।ପୋଲିସ … Read more