December 6, 2025 4:26 pm

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ସଫଳ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପ-ପୁଟିନ କୌଣସି ଚୁକ୍ତିରେ ପହଞ୍ଚି ପାରିଲେ ନାହିଁ । ଆଲୋଚନା ପରେ ଉଭୟ ଟ୍ରମ୍ପ ଓ ପୁଟିନ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଡିଲ ନହେବା ଯାଏ କୌଣସି ବୁଝାମଣା … Read more

ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ର ରେକର୍ଡ..

ମହାରାଷ୍ଟ୍ର: ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି ସିନେମାଟି ଭାରତରେ ଦୁଇ ଦିନରେ ୧୧୮.୫୦କୋଟି ଇନକମ କରିସାରିଲାଣି । ଏହାସହିତ ସାଉଥ୍‍ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ବର୍ଷ ପୂରଣ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇବା … Read more

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ମାଡ ମାରିବା ଅଭିଯୋଗ !

ଜୟପୁର: ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ। କୋରାପୁଟ ଜିଲ୍ଲାରେ ଗତ ୧୪ ତାରିଖରେ ଏକ ଶୋଭାଯାତ୍ରା ବେଳେ ତାରାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ନେଇ ଥାନାରେ ଏତଲା ହୋଇଛି। କଂଗ୍ରେସ ରାଲିରେ ନମସ୍କାର କରିବାକୁ ଆସି ବିଧାୟକ ତାରା ବାହିନୀପତିଙ୍କୁ ମାଡ଼ ମାରିଲେ ଜନୈକ ବ୍ୟକ୍ତି । ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୂଚନା ମୁତାବକ କୋରାପୁଟ କଂଗ୍ରେସ ପକ୍ଷରୁ ଏକ ମସାଲ ରାଲି ଅନୁଷ୍ଠିତ ହୋଇଥିଲା। ଗୁଣ୍ଡିଚା ମନ୍ଦିରରୁ ବାହାରି କୋରାପୁଟ … Read more

ପାକିସ୍ତାନ ଓ ପିଓକରେ ପ୍ରବଳ ବର୍ଷା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି

ପାକିସ୍ତାନ: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବା ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଛନ୍ତି। ଅଧିକାଂଶ ମୃତ୍ୟୁ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଥିବା ବେଳେ ବନ୍ୟାରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ-ବାଲ୍ଟିସ୍ତାନରେ କାରାକୋରମ୍ ହାଇୱେ ଏବଂ ବାଲ୍ଟିସ୍ତାନ୍ ହାଇୱେ ସମେତ ପ୍ରମୁଖ ରାସ୍ତାଗୁଡ଼ିକ ଅବରୋଧ ହୋଇଛି। ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି … Read more

ଆସନ୍ତାବର୍ଷ ରଥଯାତ୍ରା ପାଇଁ ସରକାର ଙ୍କ ପ୍ରସ୍ତୁତି ଆରମ୍ଭ

ପୁରୀ: ଆସନ୍ତାବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଆସନ୍ତାବର୍ଷ ରଥଯାତ୍ରା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । ୧୯ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବିଭିନ୍ନ ବିଭାଗର ସଚିବ ବୈଠକରେ ସାମିଲ ହେବେ । ଆସନ୍ତାବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କରାଯିବ, ସେନେଇ ବିସ୍ତୃତ ଭାବେ … Read more