December 6, 2025 3:14 pm

ପୂର୍ବତନ ମୁଖ୍ୟ ସଚିବ ଏବଂ ଲେଖକ ସୁବାସ ପାଣିଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ସୁବାସ ପାଣିଙ୍କର ନିଧନରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ନିଜ ଏକ୍ସରେ ଲେଖିଛନ୍ତି, ଓଡ଼ିଶା ସରକାରଙ୍କ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ସୁବାସ ପାଣିଙ୍କ ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା … Read more

ଅତ୍ୟାବଶ୍ୟକୀୟ ଔଷଧ ମୂଲ୍ୟରେ ୧୦-୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ

ନୂଆଦିଲ୍ଲୀ: ୩୭ଟି ଅତ୍ୟାବଶ୍ୟକୀୟ ଔଷଧ ମୂଲ୍ୟରେ ୧୦-୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି ଏନ୍‌ପିପିଏ। ଏଥିରେ ପାରାସିଟାମଲ୍, ଆଟୋର୍‌ଭାଷ୍ଟିନ୍ ଓ ଆମୋକ୍ସିଲିନ୍ ଭଳି ଔଷଧ ରହିଛି ଯାହା ସାଧାରଣ ଜ୍ୱର ଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍ ଓ ସଂକ୍ରମଣର ଶିକାର ହୋଇଥିବା ରୋଗୀଙ୍କୁ ଦିଆଯାଉଛି। ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ ଔଷଧ ମୂଲ୍ୟ ନିୟନ୍ତ୍ରଣ ନିର୍ଦେଶ ୨୦୧୩ ଅନୁସାରେ ଏହାର ବିଜ୍ଞପ୍ତି ଜାରି କରିଛି। ଏହି ମୂଲ୍ୟ ପୃଥକ ପୃଥକ ଫର୍ମୁଲା ଉପରେ ଲାଗୁ … Read more

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ‘ଦିଶୋମ୍ ଗୁରୁ’ ନାମରେ ଜଣାଶୁଣା ଶିବୁ ସୋରେନ ଏକ ମାସରୁ ଅଧିକ ସମୟ ଧରି ସାର୍ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଗଙ୍ଗାରାମ ହସ୍ପିଟାଲରେ ଗତ ୧୯ ଜୁନ୍ ୨୦୨୫ରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ … Read more

ପାକିସ୍ତାନକୁ ଚୀନ୍‌ ଦେଲା ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ ସହ ଆକ୍ରମଣ ହେଲିକପ୍ଟର

ଇସଲାମାବାଦ: ଚୀନରୁ ପାକିସ୍ତାନକୁ Z-10ME-02 ହେଲିକପ୍ଟର ମିଳିଛି। ମୁଲତାନ ଆର୍ମି ଏଭିଏସନ୍ ବେସ୍‌ରେ ଆୟୋଜିତ ଏକ ଉତ୍ସବରେ ଏହି ହେଲିକପ୍ଟରଗୁଡ଼ିକୁ ପାକିସ୍ତାନ ଆର୍ମି ଏଭିଏସନ୍ କର୍ପସରେ ସାମିଲ କରାଯାଇଥିଲା। ଏହି ଅବସରରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ନିଜେ ଏହାର ଅଧ୍ୟକ୍ଷତା କରିଥିଲେ ଏବଂ ଏହି ହେଲିକପ୍ଟରଗୁଡ଼ିକର ସିଧା ପ୍ରଦର୍ଶନ ଦେଖିଥିଲେ। ଚୀନ୍‌ରୁ ନୂତନ ହେଲିକପ୍ଟର ପାଇବା ପରେ ପାକିସ୍ତାନ ଏହାର ଦଶନ୍ଧି ପୁରୁଣା ବେଲ୍ AH-1F/S କୋବ୍ରା ହେଲିକପ୍ଟରଗୁଡ଼ିକୁ ଅବସର ଦେଇଛି ଏବଂ … Read more

ଆନ୍ଧ୍ର ପଥର ଖଣି ଦୁର୍ଘଟଣା,ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ବଲିକୁରଭା ନିକଟସ୍ଥ ସତ୍ୟକୃଷ୍ଣା ଗ୍ରାନାଇଟ୍ ଖଣିରେ ରବିବାର ସକାଳେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗଞ୍ଜାମ ଜିଲାର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ। ଏହି ଘଟଣାରେ ଅନ୍ୟ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ … Read more