December 6, 2025 11:03 am

ମାଲେଗାଓଁ ବିସ୍ଫୋରଣ ମାମଲା:ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ମହାରାଷ୍ଟ୍ର: ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ନାସିକର ମାଲେଗାଓଁ ସହରରେ ଏକ ମସଜିଦ ନିକଟରେ ଏକ ମୋଟରସାଇକେଲରେ ବନ୍ଧା ହୋଇଥିବା ଏକ ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ପୂର୍ବରୁ, ଏନଆଇଏ ସ୍ଵତନ୍ତ୍ର ବିଚାରପତି ଏକେ ଲାହୋଟି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ। ଯେତେବେଳେ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ସ୍ଵତନ୍ତ୍ର ଏନଆଇଏ ବିଚାରପତି ଏକେ ଲାହୋଟିଙ୍କ କୋର୍ଟ ରାୟ ଶୁଣାଇଲେ, ସେତେବେଳେ ପୂର୍ବତନ … Read more

ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ତଳକୁ ଖସିଲା ସେୟାର ମାର୍କେଟ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଏବଂ ଅତିରିକ୍ତ ଜରିମାନା ଘୋଷଣା କରିବା ପରେ ଏହାର ପ୍ରଭାବ ଆଜି ଭାରତୀୟ ବଜାରରେ ଦୃଶ୍ୟମାନ ହୋଇଛି। ନିଫ୍ଟି ୨୦୦ପଏଣ୍ଟରୁ ଅଧିକ ହ୍ରାସ ପରେ ଖୋଲିଥିବା ବେଳେ ସେନସେକ୍ସ ୭୫୦ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା। ନିଫ୍ଟି ବ୍ୟାଙ୍କ ପ୍ରାୟ ୩୦୦ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ଆଇଟି ୨୧୫ ପଏଣ୍ଟ ଏବଂ ଏଫଏମସିଜି ୩୦୦ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା। ମାର୍କେଟ ଖୋଲିବା ବେଳକୁ … Read more

ଆସନ୍ତା କଲି ରାଜ୍ୟ କ୍ୟାବିନେଟ୍‌: ୬ଟି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ୱର: ଅଗଷ୍ଟ ପହିଲାରୁ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୬ଟି ବିଭାଗର ୭ଟିରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବାକୁ ରହିଛି। ସେଥିମଧ୍ୟରେ ରାଜ୍ୟର ରାଜସ୍ବ ନୀତିରେ କେତେକ ସଂଶୋଧନ ସହ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।ସୂଚନାଯୋଗ୍ୟ, ଇତିମଧ୍ୟରେ ରାଜ୍ୟ … Read more

ଅଗଷ୍ଟ ୨ରେ ପିଏମ୍‌ କିଷାନ ଟଙ୍କା

ନୂଆଦିଲ୍ଲୀ: ପିଏମ୍ କିଷାନର ୨୦ତମ କିସ୍ତି ଅଗଷ୍ଟ ୨ରେ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨, ୨୦୨୫ରେ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ମୋଟ ୨୦,୫୦୦ କୋଟି ଟଙ୍କା ସ୍ଥାନାନ୍ତର କରିବେ।ଏହା ଦ୍ୱାରା ସାରା ଦେଶର ୯.୭ କୋଟି ଚାଷୀ ଉପକୃତ ହେବେ। ସରକାରଙ୍କ ଏହି ଯୋଜନା ୨୦୧୯ରେ ପ୍ରଚଳନ କରାଯାଇଥିଲା। ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅଧୀନରେ ୧୯ଟି କିସ୍ତି ମାଧ୍ୟମରେ ୩.୬୯ ଲକ୍ଷ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଛିl କୃଷି ମନ୍ତ୍ରଣାଳୟ … Read more

OSSSC ବାତିଲ କଲା ଆରଆଇ-ଅମିନ ପ୍ରିଲିମ୍‌ ପରୀକ୍ଷା

ଭୁବନେଶ୍ବର: ଆରଆଇ ଅମିନ ମିଳିତ ପ୍ରିଲିମ୍‌ ଓ ମୁଖ୍ୟ ପରୀକ୍ଷା ରଦ୍ଦ । ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ରେଭେନ୍ୟୁ ଇନ୍‌ସ୍ପେକ୍ଟର (RI), ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସ୍ପେକ୍ଟର (ARI), ଅମିନ ଏବଂ ଆଇସିଡ଼ିଏସ ସୁପରଭାଇଜର ପଦବୀ ପାଇଁ ଆୟୋଜିତ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ଏକ୍ସାମିନେସନ (CRE) ୨୦୨୪ର ପ୍ରିଲିମିନାରୀ ପରୀକ୍ଷା ବାତିଲ କରିଛି। ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ । ପ୍ରିଲିମିନାରୀ ପରୀକ୍ଷା ରଦ୍ଦ କରାଯାଇଥିବା ବେଳେ ଆସନ୍ତା ଅଗଷ୍ଟ … Read more