February 26, 2026 11:28 am

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା ଟେଣ୍ଡର ବାତିଲ୍

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା ଟେଣ୍ଡରକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ କୁ ପୂର୍ବ ସରକାର ଟେଣ୍ଡର ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ୱେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି। … Read more

ରାଜଧାନୀ ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା

ଭୁବନେଶ୍ୱର: ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା(ହେଲ୍‌ଥ ଡିଷ୍ଟ୍ରିକ୍ଟ) । ଏଥିପାଇଁ ବିଭାଗୀୟସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଦିନକୁ ଦିନ ଭୁବନେଶ୍ୱର ସହରର ପରିସର ବଢ଼ିବାରେ ଲାଗିଛି । ଲୋକସଂଖ୍ୟା ମଧ୍ୟ ବଢ଼ିଚାଲିଛି । ରାଜ୍ୟର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଏହିଠାରେ ରହିଛି । ସେ ଦୃଷ୍ଟିରୁ ଦେଖିଲେ, ଭୁବନେଶ୍ୱରକୁ ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ମିଳିବା କଥା । ଗତ ଶନିବାର ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସିଟି ହେଲ୍‌ଥ ସୋସାଇଟିର ଇସି ବୈଠକ ଅନୁଷ୍ଠିତ ହୋଇଥିଲା … Read more

ଭାରତ ଓ ବ୍ରିଟେନ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତି

ଭୁବନେଶ୍ଵର: ଦୀର୍ଘ ପ୍ରତୀକ୍ଷା ପରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ରାଜିନାମା ଉଭୟ ଦେଶର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ବିଶ୍ୱରେ ସଂରକ୍ଷଣବାଦ ବୃଦ୍ଧି ପାଉଥିବା ସମୟରେ ଏହି ଦ୍ୱିପାକ୍ଷିକ ରାଜିନାମା ବାଣିଜ୍ୟ ଓ ଅର୍ଥନୈତିକ ସ୍ଥିରତାକୁ ପ୍ରୋତ୍ସାହନ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ଭାରତ ଓ ବ୍ରିଟେନ ମଧ୍ୟରେ ଐତିହାସିକ ବାଣିଜ୍ୟିକ ସମ୍ପର୍କ ଥାଇ … Read more

ଆଉଟ୍‌ସୋର୍ସିଂ କର୍ମଚାରୀ ନିଯୁକ୍ତି ପାଇଁ ନେବାକୁ ହବ ଅର୍ଥବିଭାଗ ର ଅନୁମତି

ଭୁବନେଶ୍ୱର: ବିନା ଅନୁମତିରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ନାହିଁ। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଏ ସମ୍ପର୍କରେ ଚିଠି ଜରିଆ‌ରେ ସମସ୍ତ ବିଭାଗକୁ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର ଜଣାଇଛନ୍ତି ଯେ ଆଉଟ୍‌ସୋର୍ସିଂ ଆଧାରରେ କର୍ମଚାରୀ ନିଯୁକ୍ତି କରିବା ଲାଗି ଅର୍ଥ ବିଭାଗଠାରୁ ଆଗୁଆ ଅନୁମତି ନେବା ବାଧ୍ୟତାମୂଳକ। କିନ୍ତୁ ଯଦି ପୂର୍ବରୁ ନିଯୁକ୍ତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କର କେବଳ ନିଯୁକ୍ତି ନବୀକରଣ ଦରକାର‌ ହୁଏ ଏବଂ କର୍ମଚାରୀ ସଂଖ୍ୟାରେ କୌଣସି ବୃଦ୍ଧି ନହୁଏ, ତେବେ ଅର୍ଥ … Read more

ଓଡିଶାରେ ଅକ୍ଷୟଶକ୍ତି ପ୍ରକଳ୍ପ ପାଇଁ 869.8 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା। 869.8 କୋଟି ଟଙ୍କା ବିନିଯୋଗରେ ମୋଟ 178 ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ସିଙ୍ଗଲ୍‌ ୱିଣ୍ଡୋ କମିଟି (SWC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ GRIDCO ର ପରିଚାଳନା ନିର୍ଦ୍ଦେଶକ … Read more