December 6, 2025 11:43 am

ସୌମ୍ୟାଙ୍କ ପରିବାରକୁ ସରକାରଙ୍କ ସହାୟତା ରାଶି ଘୋଷଣା,ବିରୋଧୀ ଦଳର ବନ୍ଦ ଡାକରା

ଭୁବନେଶ୍ୱର: ଭୋଗରାଇ ପୈତୃକ ଗାଁରେ ଶୋକାକୂଳ ପରିବେଶ ମଧ୍ୟରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷର ସହାୟତା ଘୋଷଣା କରିଥିବା ସୂଚନା ଦେଇଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏମ୍ସର ବର୍ଣ୍ଣ ବିଭାଗରେ ଗୁରୁତର ଅବସ୍ଥା ଚିକିତ୍ସିତ ହେଉଥିବା ସୌମ୍ୟାଶ୍ରୀ ସୋମବାର ରାତି ୧୧ଟା ୪୬ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏମ୍‌ସରେ … Read more

ପୁରୀ ପୌରକୁ ମହାନଗର ନିଗମ କରିବା ପ୍ରକ୍ରିୟା ଆରମ୍ଭ; ମିଶିବ ୮ ପଞ୍ଚାୟତର ୪୪ ଗାଁ

ପୁରୀ: ପୁରୀ ମହାନଗର ନିଗମରେ ମିଶିବ ୮ ପଞ୍ଚାୟତର ୪୪ ଗାଁ। ତେବେ ମହାନଗର ନିଗମ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁରୀ ସହରକୁ ଲାଗିଥିବା ୮ ପଞ୍ଚାୟତର ୪୪ଟି ଗାଁର ନାମକୁ ପୁରୀ ପୌରସଂସ୍ଥା ପ୍ରସ୍ତାବରେ ଯୋଡ଼ି ସରକାରଙ୍କୁ ପଠାଇଛି। ଏନେଇ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ମିଳିଛି। ତେବେ ଏହି ପ୍ରସ୍ତାବ ପାଇବା ପରେ ମହାନଗର ନିଗମ କରିବା ନିମନ୍ତେ ଆବଶ୍ୟକ ପଡ଼ୁଥିବା ଭିତ୍ତିଭୂମି ନିର୍ମାଣ ନିମନ୍ତେ ପଦକ୍ଷେପ ନେଇଛି। ବୀରହରେକୃଷ୍ଣପୁର, ବାଲିଗୁଆଳି, … Read more

ରେଭେନ୍ସାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଆଜି ରାଷ୍ଟ୍ରପତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇଛନ୍ତି। ରେଭେନ୍ସା ଅନୁଭୂତି ନେଇ ନିଜ ମତ ରଖିଛନ୍ତି ଏବଂ କହିଛନ୍ତି ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି। ଏହା କେବଳ ଇଟା ସିମେଣ୍ଟରେ ଗଢା ନୁହେଁ , ଏହା ଏକ ଶାଳ ଗ୍ରାମ। ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡି ହୋଇରହିଛି। ଗତ ଦୁଇ ବର୍ଷ ହେଲା ଝିଅମାନେ ଏଠାରେ … Read more

ସବୁ ବିମାନର ଯାଞ୍ଚ ହେବ ଇନ୍ଧନ ସ୍ଵିଚ୍:ଡିଜିସିଏର ନିର୍ଦ୍ଦେଶ

ଅହମ୍ମଦାବାଦର: ଜୁନ୍ ୧୨ରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ଏବେ ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ (DGCA) ଖୁବ୍ ଶୀଘ୍ର ଏକ ନିର୍ଦ୍ଦେଶ ଜାରି କରିବାକୁ ଯାଉଛି। ଭାରତର ବିମାନ କମ୍ପାନୀଗୁଡ଼ିକୁ ଏଣିକି ସେମାନଙ୍କର ବୋଇଂ ୭୮୭ ବିମାନର ଇନ୍ଧନ ପ୍ରଣାଳୀ ଯାଞ୍ଚ କରିବାକୁ ପଡିବ। ଏୟାରକ୍ରାଫ୍ଟ ଦୁର୍ଘଟଣା ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିଶେଷକରି ବିମାନର ଇଞ୍ଜିନ୍ ସ୍ୱିଚ୍ ଇନ୍ଧନ … Read more

ଜୀବନ ଯୁଦ୍ଧରେ ହାରିଗଲେ ଫକୀର ମୋହନ ମହାବିଦ୍ୟାଳୟର ସୌମ୍ୟାଶ୍ରୀ…

ଭୁବନେଶ୍ୱର: ତିନି ଦିନ ଧରି ଜୀବନ ବଞ୍ଚିବା ନେଇ ସଙ୍ଘର୍ଷ ପରେ ଶେଷରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ପୀଡିତା ଜଣକ । ଏନେଇ ଏମ୍ସ ଭୁବନେଶ୍ୱରର ବର୍ଣ୍ଣ ୟୁନିଟ୍ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ସହ, ସେ ଲେଖିଛନ୍ତି ଯେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ … Read more