July 13, 2025 4:36 am

୨୪ ଘଣ୍ଟା ଭିତରେ ୪୫ ମାଓବାଦୀ କଲେଣି ଆତ୍ମସମର୍ପଣ

ରାଇପୁର: ପୁଣି ମାଓ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ବନ୍ଧୁକ ଛାଡି ଆତ୍ମସମର୍ପଣ କଲେ ୨୩ ହାର୍ଡକୋର ମାଓବାଦୀ। ଛତିଶଗଡ ସୁକୁମା ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ । ସୁକୁମା ଜିଲ୍ଲାପାଳ ଏଲେକ୍ସ ପଲ୍ ମେନନ ଅପହରଣ ମାଷ୍ଟରମାଇଣ୍ଡ ଲୋକେଶର ଆତ୍ମସମର୍ପଣ। ପିଏଲଜିଏ ବାଟାଲିୟନର ୮ କୁଖ୍ୟାତ ମାଓବାଦୀଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଅଛନ୍ତି ୯ ଜଣ ମହିଳା। ସମସ୍ତଙ୍କ ନାଁରେ ୧ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହିପରି ଛତିଶଗଡ … Read more

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ତ୍ରୁଟି ଦର୍ଶାଇଲେ ପୂର୍ବତନ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଏହାକୁ ଦେଶର ଅନେକ ପୂର୍ବତନ ମୁଖ୍ୟ ବିଚାରପତି ଏହି ବ୍ୟବସ୍ଥାକୁ ସାମ୍ବିଧାନିକ ଭାବେ ବୈଧ ବୋଲି ବିବେଚନା କରିଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜେ.ଏସ୍. ଖେହର ଏଥିରେ ଏକ ବଡ଼ ତ୍ରୁଟି ଧରିଛନ୍ତି। ଉଭୟେ ମିଳିତ ସଂସଦୀୟ କମିଟିକୁ ବିଲ୍‌ରେ ଏକ ଗ୍ରେ ଏରିଆ ନେଇ ଚିନ୍ତର ପ୍ରକଟ କରିଛନ୍ତି । ଉଭୟ … Read more

ୱାକଫ୍ ସଂଶୋଧନ ବିଲ୍‌କୁ ବିରୋଧ କରିଥିଲେ: ମୁନା ଖାନ୍

ନୂଆଦିଲ୍ଲୀ: ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍‌ ମାସରେ ୱାକଫ୍‌ ବିଲ୍‌କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍‌କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୁହୂର୍ତ୍ତରେ ପଲଟିଯାଇଥିଲା । ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ବିଲ୍‌ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍‌ ଦେଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିଲା … Read more

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ ହୋଇ ପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ଓଡ଼ିଶା ଉପକୂଳ ଚାନ୍ଦିପୁରଠାରେ ସୁଖୋଇ ୩୦ ଏମ୍‌କେଆଇ ଯୁଦ୍ଧ ବିମାନରେ ଏହି କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ କରାଯାଇଥିଲା। ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ୱଂସ କରିଥିବା ଜଣାପଡ଼ିଛି। ଅସ୍ତ୍ର’ରେ ଡିଆର୍‌ଡିଓ ଦ୍ୱାରା ବିକଶିତ କରାଯାଇଥିବା ଅତ୍ୟାଧୁନିକ ରେଡିଓ ଫ୍ରିକ୍ବେନ୍‌ସି ସିକର୍ ସହିତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଫଳ ପ୍ରୟୋଗ କରାଯାଇଛି। ଚାନ୍ଦିପୁର … Read more

ଧର୍ମଘଟ ପ୍ରତ୍ୟାହୃତ,ଆଜିଠୁ ଗଡିବ ବସ୍‌

ଭୁବନେଶ୍ୱର: ଆଜି ଠାରୁ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍‌ରେ ଘରୋଇ ବସ୍‌ ଗଡ଼ିବ। ଏନେଇ ଶୁକ୍ରବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ପୁରୀଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘର … Read more