June 28, 2025 8:01 pm

କାଣ୍ଟା ଲଗା ଫେମ ଶେଫାଳୀଙ୍କ ମୃତ୍ୟୁର ତଦନ୍ତ ପାଇଁ ଘରେ ପହଞ୍ଚିଲା ଫରେନ୍‌ସିକ୍‌ ଟିମ୍‌

ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ ଏବଂ ବିଗ୍ ବସ୍ ୧୩ ପ୍ରତିଯୋଗୀ ଶେଫାଳୀ ଜାରିୱାଲାଙ୍କ ଆକସ୍ମିକ ମୃତ୍ୟୁ ପରେ ମନୋରଞ୍ଜନ ଶିଳ୍ପ ବର୍ତ୍ତମାନ ସ୍ତବ୍ଧ ପାଲଟିଛି। ୨୦୦୦ ଦଶକରେ କାଣ୍ଟା ଲଗା ମ୍ୟୁଜିକ୍ ଭିଡିଓ ପରେ ପ୍ରସିଦ୍ଧି ହାସଲ କରିଥିବା ଏହି ଅଭିନେତ୍ରୀଙ୍କର ଶୁକ୍ରବାର (ଜୁନ୍ ୨୭) ମୁମ୍ବାଇରେ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି।ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମଧ୍ୟରାତ୍ରିରେ ଶେଫାଳୀଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତଥାପି, … Read more

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ

ବ୍ରହ୍ମପୁର: ଅବସର ନେବାକୁ ତିନି ଦିନ ଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଏକକାଳୀନ ୭ ଟି ସ୍ଥାନରେ ଚଢ଼ାଉ ଚାଲିଛି। ବ୍ରହ୍ମପୁର ରାମହରି ନଗରରେ ଥିବା ସୁଶୀଲଙ୍କ ବାସଭବନ, ଆଙ୍କୁଲି ମୁକ୍ତେଶ୍ଵର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ, ପୁରୀ ଚୁଡଙ୍ଗ ସାହି, କବିସୂର୍ଯ୍ୟନଗର ଗୁଡିଆଳିର ତାଙ୍କର ପୈତୃକ ଘର, ପୁରୁଷୋତ୍ତମପୁର ବେଢ ଗାଁରେ ଥିବା … Read more

କୋଲକାତା ‘ଲ’ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଦକ୍ଷିଣ କୋଲକାତା ‘ଲ’ କଲେଜ ପରିସରରେ ଜଣେ ପ୍ରଥମ ବର୍ଷର ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଶନିବାର କୋଲକାତା ପୋଲିସ କଲେଜର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ଏହି ମାମଲାରେ ଏହା ଚତୁର୍ଥ ଗିରଫ। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ହେଉଛି ଶାସକ ଦଳ ଟିଏମ୍‌ସିର ନେତା। ରିପୋର୍ଟ ଅନୁସାରେ ଘଟଣା ଜୁନ୍ ୨୫ ତାରିଖରେ ଘଟିଥିଲ। ପୀଡ଼ିତା ୨୪ ବର୍ଷିୟା … Read more

ପୁରୀ ମେଡିକାଲରେ ୬୦୦ରୁ ଅଧିକ ଶ୍ରଦ୍ଧାଳୁ ଭର୍ତ୍ତି:ଆଜି ପୁଣି ହବ ରଥଟଣା

ପୁରୀ ମେଡିକାଲରେ ଅସମ୍ଭାଳ ସ୍ଥିତି । ୬୦୦ରୁ ଅଧିକ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରଥଟଣା ସମୟରେ ଦଳାଚକଟା ଏବଂ ଅଣନିଶ୍ବାସୀ ହୋଇ ଅଧିକାଂଶ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି କିଛି ଭକ୍ତ ସମୁଦ୍ରରେ ଗାଧେଇବା ବେଳେ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ଅଧିକାଂଶ ମହିଳା ବୟସ୍କ ବ୍ୟକ୍ତି ଅଛନ୍ତି । ପ୍ରତି ୫ ମିନିଟରେ ବଡ଼ଦାଣ୍ଡରୁ ଆମ୍ବୁଲାନ୍ସ ଯୋଗେ ଶ୍ରଦ୍ଧାଳୁଙ୍କୁ ମେଡିକାଲକୁ ନିଆଯାଇଥିଲା ।ରଥଟଣାରେ … Read more

ଜାତିସଂଘର ତଦନ୍ତ ସହାୟତାକୁ ପ୍ରତ୍ୟାଖ୍ୟାନ କଲା ଭାରତ

ଅହମଦାବାଦ: ବ୍ଲାକ୍‌ବକ୍ସ ତଥ୍ୟ ବିଶ୍ଳେଷଣରେ ବିଳମ୍ବ ହେଉଥିବାରୁ କେତେକ ସୁରକ୍ଷା ବିଶେଷଜ୍ଞ ଏହାକୁ ସମାଲୋଚନା କରିଥିବା ବେଳେ ଜାତିସଂଘ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ମାତ୍ର ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ଭାରତରେ ଥିବା ଏହାର ଅନୁସନ୍ଧାନକାରୀଙ୍କୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେବାକୁ କହିଥିଲା, କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।ଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱର … Read more