June 26, 2025 2:23 pm

ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଇରାନ-ଆମେରିକା ଯୁଦ୍ଧ ସ୍ଥିତିକୁ ନେଇ ଏୟାର ଇଣ୍ଡିଆ ଏହାର ସମସ୍ତ ଉଡ଼ାଣକୁ ବାତିଲ କରିଛି। ଇରାନ ଦୋହାରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ମିସାଇଲ୍ ଆକ୍ରମଣ କରିବାର କିଛି ଘଣ୍ଟା ପରେ, ଏୟାର ଇଣ୍ଡିଆ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଉପସାଗରୀୟ ଅଞ୍ଚଳରେ ଏହାର ସମସ୍ତ ଉଡ଼ାଣ ବାତିଲ କରିଛି। ଏହା ପୂର୍ବରୁ କୋଚିନରୁ କତାରରେ ନିର୍ଦ୍ଧାରିତ ଏକ ଉଡ଼ାଣକୁ ବାତିଲ କରିଥିଲା। ଆଞ୍ଚଳିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ, ମଧ୍ୟପ୍ରାଚ୍ୟ, ଉତ୍ତର ଆମେରିକାର … Read more

ରାଜ୍ୟ ସରକାର ପାଳନ କରିବେ ସମ୍ବିଧାନ ହତ୍ୟା ଦିବସ : ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ଵର: ରେଳ ଅଡିଟରିୟମ ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଏହି କାର୍ୟ୍ୟକ୍ରମରେ ଭାଗ ନେବେ। ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନି ମାନଙ୍କୁ କାର୍ଯ୍ୟକ୍ରମ ରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ । ସେ ସମୟରେ ଗିରଫ ହୋଇଥିବା ୫୬ ଜଣଙ୍କୁ ସରକାର ପେନସନ ଦେଉଛନ୍ତି । ଆହୁରି ୫୨ ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା … Read more

ମୋଦକ ଚୋରି ଘଟଣା;ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ

ପୁରୀ: ମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦଶମୂଳ ମୋଦକ ଚୋରି ହୋଇଛି। ଏଥିପାଇଁ ଶ୍ରୀଜିଉଙ୍କୁ ଲାଗି କରାଗଲା ମାରା ମୋଦକ। ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର … Read more

ଶେଷ ପର୍ଯ୍ୟାୟରେ ତିନିରଥ ନିର୍ମାଣ କାର୍ଯ୍ୟ

ପୁରୀ: ଆଉମାତ୍ର ଦୁଇ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରା କରିବେ ଦାରୁବିଗ୍ରହ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଚିତ୍ରକାରମାନଙ୍କୁ ରଙ୍ଗ ଦେବା ପାଇଁ ହସ୍ତାନ୍ତର କରିଛନ୍ତି। ଚିତ୍ରକାରମାନେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭାଗୁଡ଼ିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି। ପ୍ରାଇମର ଶୁଖିଲା ପରେ ରଙ୍ଗ ଚିତ୍ର ଆଙ୍କିବେ। ତାଳଧ୍ୱଜ ରଥ … Read more

ଆମେରିକୀୟ ସେନା ଘାଟି ଉପରେ ଇରାନର ଆକ୍ରମଣ

ଆମେରିକୀୟ ଆକ୍ରମଣ ଜବାବରେ ଇରାନ କତର ଓ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । କତରରେ ଥିବା ଆମେରିକାର ଅଲ ଉଡେଡ୍ ଏୟାରବେସ ଉପରେ ଆକ୍ରମଣ ହୋଇଛି । ଏହା ଫଳରେ ଆମେରିକା ସମେତ ସମଗ୍ର ନାଟୋ ଦେଶ ଇରାନ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି । ଏପରି ହେଲେ ଯୁଦ୍ଧର ପରିସର ଆହୁରି ବିଶାଳ ହେବାର ଭୟ ବଢିଯାଇଛି। ରବିବାର ଦିନ ଆମେରିକା ଆକ୍ରମଣ ପରେ ଇରାନ … Read more