June 26, 2025 9:21 pm

୪୩.୮ ଡିଗ୍ରୀ ସେଲସିୟସ୍ ରେ ତାତିଲା ଭୁବନେଶ୍ୱର, ୧୭ ଟି ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ତାତି, ଆଉ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି | ଆଜି ୧୭ ସହରରେ ଦିନ ତାପମାତ୍ରା ୪୦° ସେଲସିୟସ୍ ଉପରେ ଥିବାବେଳେ ୪୩.୮°ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି | ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ ସେଲସିୟସ୍, ପାରଳାଖେମୁଣ୍ଡିରେ ୪୨.୯ ଡିଗ୍ରୀ ସେଲସିୟସ୍, ବାରିପଦାରେ ୪୨.୬ ଡିଗ୍ରୀ ସେଲସିୟସ୍, ନୂଆପଡାରେ ୪୨.୪ ଡିଗ୍ରୀ ସେଲସିୟସ୍, କେନ୍ଦ୍ରାପଡାରେ ୪୧.୮ ଡିଗ୍ରୀ … Read more

ବିଜେଡିର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ଵର: ଆଜି ବିଜେଡି ତାହାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୬ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଥିରେ ପାଞ୍ଚ ଜଣ ବିଧାୟକ/ବିଧାୟିକା ମାନଙ୍କର ଟିକେଟ୍ କଟିଛି। ଯଦିଓ ସେଥିମଧ୍ୟରୁ ବାଙ୍ଗିରିପୋଷି ରୁ ବିଧାୟକ ସୁଦାମ ମାରାଣ୍ଡି (ଯାହାଙ୍କୁ ଚଳିତଥର ମୟୁରଭଞ୍ଜ ଲୋକସଭା ପାଇଁ ବିଜେଡି ପାର୍ଥୀ କରିଛି ) ଙ୍କ ପତ୍ନୀ ରଂଜିତା ମାରାଣ୍ଡି ଙ୍କୁ ଟିକେଟ୍ ମିଳିଛି। ଅପରପକ୍ଷରେ ବାଲିକୁଦା -ଏରସମା, ହିନ୍ଦୋଳ, ରଘୁନାଥପଲ୍ଲୀ ଏବଂ … Read more

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି”- ଓଡ଼ିଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର: ‘ରିଫର୍ମ୍ – ପରଫର୍ମ୍ – ଟ୍ରାନ୍ସଫର୍ମ୍’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ। ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ … Read more

ଏମଡିଏଚ ଏବଂ ଏଭରେଷ୍ଟ ମସଲା ଉପରେ ହଂକଂ ର ପ୍ରତିବନ୍ଧକ  

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ହଂକଂ ସରକାର ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ ଲଗାଇଛି । କାରଣ ଏହି କମ୍ପାନିର କିଛି ମସଲାରେ ଏଥିଲିନ ଅକ୍ସାଇଡ ମିଶିଥିବା ଜଣାପଡ଼ିଥିଲା। ତେଣୁ ତୁରନ୍ତ ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇ ନେବାକୁ ଖାଦ୍ୟ ନିରାପତ୍ତା କେନ୍ଦ୍ର ନିର୍ଦ୍ଦେଶ ଦେଇଛି। କିନ୍ତୁ ଏନେଇ ଭାରତରେ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ। ଖାଦ୍ୟ ନିରାପତ୍ତା କେନ୍ଦ୍ର ପକ୍ଷରୁ ପ୍ରକାଶ, “‌ ଏମଡିଏଚ … Read more