June 26, 2025 10:54 pm

ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ବାସଭବନରେ ସିବିଆଇ ଚଢଉ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କୋଲକାତା ସମେତ ବିଭିନ୍ନ ସ୍ଥାନରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ଘରେ ଚଢ଼ାଉ କରିଛି। ଟଙ୍କାନେଇ  ପଚରାଉଚରା ମାମଲାରେ ସିବିଆଇ ଟିମ  ଏହି ରେଡ କରିଛି। ଟିଏମସି ପକ୍ଷରୁ କୁହାଯାଇଛି ଏହା ବିଜେପିର ଏକ ପ୍ରତିଶୋଧମୂଳକ ପଦକ୍ଷେପ। ମହୁଆଙ୍କ ବାସଭବନରେ ଚାଲିଥିବା ସିବିଆଇ ଚଢ଼ାଉକୁ ପ୍ରତିଶୋଧମୂଳକ ରାଜନୀତି ଏବଂ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପାଇଁ ବିଜେପିର ଏକ ନିଷ୍ଠୁର ଷଡ଼ଯନ୍ତ୍ର ବୋଲି … Read more

ବିଜେଡି ଓଡିଶାରେ ତିନି ଚତୁର୍ଥାଂଶରୁ ଅଧିକ ଆସନ ଜିତିବ: ବବି ଦାସ 

ଭୁବନେଶ୍ୱର: ସାରା  ଓଡିଶାରେ ବିଜେଡି -ବିଜେପି   ମେଣ୍ଟ ସମ୍ଭାବନାକୁ ନେଇ ଲାଗିରହିଥିବା  କଳ୍ପନାଜଳ୍ପନାରେ ଆଜି ସମ୍ପୂର୍ଣ ଅନ୍ତ ଘଟାଇଛନ୍ତି  ବିଜେଡ଼ି  ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗତକାଲିର  ‘ଏକ୍ସ’ ପୋଷ୍ଟର ଜବାବରେ ବବି  ଆଜି ଏକ  ପୋଷ୍ଟ କରିଛନ୍ତି । ବିଜେଡି ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବ ବୋଲି ସେ ଲେଖିଛନ୍ତି । ଖାଲି … Read more

ବିଶ୍ୱ ଦକ୍ଷତା କେନ୍ଦ୍ରରେ ମାର୍ଚ୍ଚ ୨୭ରୁ ‘ସ୍ପଟ୍ ନାମଲେଖା’

ଭୁବନେଶ୍ୱର: ଆଗାମୀ ୨୦୨୪-୨୫ ଶିକ୍ଷାବର୍ଷ ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ସାଙ୍ଗରେ ଆଣି ନାମ ଲେଖାଇବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  ଏହି ସ୍ପଟ୍ ନାମଲେଖା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା ମୋଟ ୭ଟି … Read more