June 26, 2025 7:44 pm

ରାଜ୍ୟର ପ୍ରଥମ “ଓୟୋ ହୋମ୍ ଷ୍ଟେ” ହୋଟେଲ ପୁରୀରେ ଖୋଲିଲା

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ମାନବ ସମ୍ବଳ ଯୋଗାଇଦେବ ପୁରୀ: ଓୟୋ ରୁମ୍ସ ଏବଂ  ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଭାଗିତାରେ ରାଜ୍ୟରେ ପ୍ରଥମ “ହୋମ୍ ଷ୍ଟେ” ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି। ପୁରୀ ସହରର ସାରଦା ଦେବୀ ରୋଡରେ ଓୟୋ ସୁଶିଳା ନିବାସରେ “ହୋମ୍ ଷ୍ଟେ” ସେବା ଖୋଲିଛି। ପୁରୀକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ … Read more

କନିଷ୍ଠ ଶିକ୍ଷକଙ୍କ ପରିଶ୍ରମିକ ୨୦୦୦୦ ଟଙ୍କାକୁ ବୃଦ୍ଧି  

୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ  ଭୁବନେଶ୍ଵର: ରାଜ୍ୟ ସରକାର ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକରୁଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି।  ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ … Read more

ମମତା ବାନାର୍ଜୀଙ୍କ ଭାଇ କଲେ ବିଦ୍ରୋହ, ବିଜେପିରେ ସାମିଲ ହୋଇପାରନ୍ତି 

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବୁବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ବୁବୁନ ହାୱଡ଼ାରୁ ଲୋକସଭାରୁ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିବା ପରେ ମମତା ଏଭଳି ପଦକ୍ଷେପ ନେଇଛନ୍ତି।  ଯଦିଓ ତାଙ୍କ ଭାଇ  କୌଣସି ଦଳରୁ ନିର୍ବାଚନ ଲଢିବେ ବୋଲି  ପ୍ରକାଶ କରି ନାହାନ୍ତି ତେବେ ସେ ବିଜେପି ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଶୁଣାଯାଉଛି।  ଏହି ପରିପ୍ରେକ୍ଷୀରେ ମମତା କହିଛନ୍ତି ବୁବୁନ ଏବେ ଆଉ ମୋର ଭାଇ … Read more