June 26, 2025 6:18 pm

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବ

ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ: ରାଷ୍ଟ୍ରପତି ବ୍ରହ୍ମପୁର: କେବଳ ନିଜ ପାଇଁ ଜୀଇଁବା କଣ ଜୀବନ ଅଟେ କି। ପର ଉପକାରରେ ଯଦି ନିଜ ଜୀବନ ନ ଲାଗିଲା ତେବେ ସେ ମନୁଷ୍ୟ ଇତର ପ୍ରାଣୀ ସହ ସମାନ। ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ। ତେବେ ସେ ଶିକ୍ଷା ଓ ଜ୍ଞାନ ଅନ୍ୟ ପାଇଁ ଉପଯୋଗ କରିବାକୁ ହେବ। ସମାଜର ବିକାଶ ଦିଗରେ ବିଦ୍ୟାର୍ଥୀ ନିଜର ଶିକ୍ଷା ବିନିଯୋଗ କରନ୍ତୁ … Read more

କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ  ୨୫.୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡ଼ିକ ମାର୍ଚ୍ଚ ୧ରୁ ଗ୍ୟାସ ସିଲିଣ୍ଡର ଦରକୁ ସଂଶୋଧନ କରିଛନ୍ତି। କମ୍ପାନୀଗୁଡିକ ପକ୍ଷରୁ ଶୁକ୍ରବାର ସକାଳେ ଏନେଇ ଘୋଷଣା କରି ଉପଭୋକ୍ତାଙ୍କୁ ବଡ଼ ଝଟକା ଦେଇଛନ୍ତି। କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୨୫.୫୦ ଟଙ୍କା ବୃଦ୍ଧି ପାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ତୈଳ କମ୍ପାନୀଗୁଡିକ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଛୋଟ ଠେଲା ବ୍ୟବସାୟୀଙ୍କ ଉପରେ ବୋଝ ଲଦିଛନ୍ତି। ଲଗାତାର ଦୁଇମାସ ଧରି କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ … Read more

କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼ଃ ପି.କେ. ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼ଃ  ପି.କେ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ। ସେଠାରେ ଡ଼ଃ ମିଶ୍ର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ଏଥିସହିତ ଡ଼ଃ  ମିଶ୍ର ଭୁବନେଶ୍ୱର ଠାରେ ସିଏସଆଇଆର- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟଧାରା ସମୀକ୍ଷା କରିବା ସହିତ ଖଣିଜ ସମୃଦ୍ଧ ଓଡ଼ିଶାରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଅଧିକ ବିସ୍ତାରିତ କରିବା ଲାଗି ପରାମର୍ଶ ଦେଇଛନ୍ତି। ଡ଼ଃ ମିଶ୍ର ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ … Read more

ନନ କ୍ୟାଡର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ନନ କ୍ୟାଡର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ନନ କ୍ୟାଡର ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ୫୦% ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପିମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ … Read more