June 27, 2025 3:00 am

୬୫ ହଜାର କୋଟି ଟଙ୍କା ବିନିଯୋଗରେ ପାରାଦୀପରେ  ହେବ ଜେଏସଡବ୍ଲୁ ଷ୍ଟିଲ୍ ପ୍ଳାଣ୍ଟ  

ମୁଖ୍ୟମନ୍ତ୍ରୀ ୧୩.୨ ମିଲିଅନ୍ ଟନ୍ କ୍ଷମତାର ପ୍ଲାଣ୍ଟ୍ ଶିଳାନ୍ୟାସ କଲେ  ଭୁବନେଶ୍ୱର: ପାରାଦ୍ୱୀପର ଢ଼ିଙ୍କିଆରେ ପ୍ରତିଷ୍ଠା ହେବ ବିଶ୍ୱର ଅନ୍ୟତମ ବୃହତ୍ତ ଷ୍ଟିଲ୍ କାରଖାନା । ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ କମ୍ପାନୀ ଦ୍ୱାରା ହେବାକୁ ଥିବା ଏହି କାରଖାନାରୁ ୧୩.୨ ମିଲିଅନ୍ ଟନ୍ (MPTA )ଷ୍ଟିଲ୍ ଉତ୍ପାଦନ ହେବ । ଏଥିରେ ୬୫ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ । ଏହି ଇଣ୍ଟିଗ୍ରେଟେଡ ଷ୍ଟିଲ୍ କାରଖାନାରେ ପ୍ରାୟ ୩୦ ହଜାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିଳିବ । … Read more

ମିସନ ଶକ୍ତି ସଦସ୍ୟଙ୍କୁ ୟୁନିଫର୍ମ ପାଇଁ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ମିଳିବ। ୟୁନିଫର୍ମ ବାବଦରେ ସରକାର ୧ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ। ରାଜ୍ୟର ୭୦ ଲକ୍ଷ ସଦସ୍ୟାଙ୍କୁ  ଏହି ଟଙ୍କା ମିଳିବ। ଏସ୍‌ଏଚ୍‌ଜି … Read more

ମୁଖ୍ୟ ନିର୍ବାଚନ କମିସନରଙ୍କ ସମୀକ୍ଷା ବୈଠକ 

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଇଥିଲେ। ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସଂପର୍କରେ ମାନ୍ୟବର ଆୟୋଗଙ୍କୁ ଅବଗତ କରାଇଥିଲେ। ପରେ ପରେ ମୁଖ୍ୟ ନିର୍ବାଚନ କମିସନର ଜିଲ୍ଲା … Read more

ରଙ୍ଗେଇଲୁଣ୍ଡା ରେ ଆମ ଓଡ଼ିଶା ନବୀନ ଓଡ଼ିଶା

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର ସଦସ୍ୟ ପରି ଏଣୁ ଏ ଅଞ୍ଚଳର ବାସୀ ଙ୍କ ସେବା କରିବା ମୋ ସୌଭାଗ୍ୟ। ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମ ପଂଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଗୋପାଳପୁରର ସୁଖଦୁଃଖ ବୁଝିବାକୁ ଦାୟୀତ୍ଵ ଦେଇଥିବାରୁ ସେ ଏହାକୁ ସୁଚାରୁ ରୂପେ ସମ୍ପାଦନା କରିବେ ବୋଲି କହିଛନ୍ତି । ସରପଞ୍ଚ ନମିତା ମହାଙ୍କୁଡ଼ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଭାଇସ ଚେୟାରମ୍ୟାନ ରାଜେଶ୍ୱରୀ ଦୋରା,ରଙ୍ଗେଇଲୁଣ୍ଡା ବ୍ଲକ ଭାଇସ ଚେୟାରମ୍ୟାନ ଅନିତା ମହାଙ୍କୁଡ଼,୫୫ ନମ୍ବର ଯୋନ ର ଜିଲ୍ଲା ପରିଷଦ ସଦସ୍ୟା ତଅପୋଇ ଦାସ,,ବ୍ରହ୍ମପୁର ସାଂସଦ ପ୍ରତିନିଧି ଅଜିତ ଦାସ,ବହୁ ସମିତି ସଭ୍ୟ ସରପଞ୍ଚ ଉପସ୍ଥିତ ଥିଲେ। ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଖାଡଙ୍ଗା ସମସ୍ତ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିବା ବେଳେ ସମିତିସଭ୍ୟ କୃଷ୍ଣଚନ୍ଦ୍ର ମହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।ନାଏବ ସରପଞ୍ଚ ରାମ ଚନ୍ଦ୍ର ଦାସ,ଶରତ ଚନ୍ଦ୍ର ମହାଙ୍କୁଡ ,ରାମ ହରି ଦାସ,ଏସ. ରାମାରାଓ,ଦମ୍ବୁରୁ ଗଉଡ଼,ଏସ. ରାଜେୟା, ଟି ସୀମାଦ୍ରୀ, ସୁରେନ୍ଦ୍ର ଦାସ, ବିପ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ଶାନ୍ତନୁ କୁମାର ରଣା କରିଥିଲେ। ଇତିବ୍ୟସରରେ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

(ଶାନ୍ତନୁ କୁମାର ରଣା) ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର ସଦସ୍ୟ ପରି ଏଣୁ ଏ ଅଞ୍ଚଳର ବାସୀ ଙ୍କ ସେବା କରିବା ମୋ ସୌଭାଗ୍ୟ।  ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମ ପଂଚାୟତ ରେ  ଆମ ଓଡ଼ିଶା ନବୀନ ଓଡ଼ିଶା  କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ … Read more