ଭୁବନେଶ୍ବର,: ଡାକ୍ତରଙ୍କ ଆନ୍ଦୋଳନ ଉପରେ ରାଜ୍ୟ ସରକାର ଲାଗୁ କଲେ ଏସମା। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ୬ ମାସ ଯାଏଁ ଏସମା ବଳବତ୍ତର ରହିବ। ରାଜ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ ଯେପରି ବ୍ୟାଘାତ ନଉପୁଜିବ, ସେଥିପାଇଁ ସମଗ୍ର ରାଜ୍ୟରେ ‘ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ’ (ଏସମା) ଲାଗୁ କରାଯାଇଛି ।ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସମା ଅନୁସାରେ, ଆସନ୍ତା ୬ ମାସ ପର୍ଯ୍ୟନ୍ତ କୌଣସି ବି ସ୍ୱାସ୍ଥ୍ୟକର୍ମୀ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ । ଏହି ନିୟମ ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ ଉଭୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ।ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ-ଡିଭିଜନାଲ ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସମସ୍ତ ସରକାରୀ ମେଡିକାଲ କଲେଜରେ ଏହି କଟକଣା ଲାଗୁ ରହିବ।