December 6, 2025 11:39 am

କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ବୋମା ମାଡ଼

ଭୁବନେଶ୍ୱର:ଶୁକ୍ରବାର ସକାଳୁ ସକାଳୁ ଭୁବନେଶ୍ୱର ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ ଫାଟକ ଉପରକୁ ହୋଇଛି ବୋମା ମାଡ଼ । ମଞ୍ଚେଶ୍ୱର ଥାନା ପୋଲିସ ଏବଂ ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ସକାଳ ପ୍ରାୟ ୭ଟା ୪୫ ସୁଦ୍ଧା କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଯାଇଥିଲେ । ଏହା ପରେ ୭ଟା ୫୫ରୁ ୮ଟା ମଧ୍ୟରେ କେହି ଦୁର୍ବୃତ୍ତ ବାଇକରେ ଆସି ୨ଟି ବୋମା ମାଡ଼ କରି ତୁରନ୍ତ ଫେରାର ହୋଇଯାଇଥିଲେ । ଗୋଟିଏ ପଟେ ବିଦ୍ୟାଳୟ ପାଚେରୀ ଥିବାବେଳେ ଅନ୍ୟ ପାଖରେ ରେଲୱେ କଲୋନୀ ରହିଛି । ସେହି ରାସ୍ତା ମଝିରେ ହିଁ ବିଦ୍ୟାଳୟ ଗେଟ୍ ଉପରକୁ ବୋମା ମାଡ଼ ହୋଇଥିଲା । ଗୋଟିଏ ବୋମା ବିଦ୍ୟାଳୟ ପାଚେରୀକୁ ଫିଙ୍ଗା ଯାଇଥିବାବେଳେ ଆଉ ଗୋଟିଏ ବୋମା ୩ ନଂ ଫାଟକ ଉପରକୁ ଫିଙ୍ଗା ଯାଇଥିବା ଜଣାପଡ଼ିଛି ।

Leave a Comment