February 26, 2026 3:23 am

ଓ୍ଵିମେନ ପ୍ରିମିୟର ଲିଗ୍:ଦ୍ଵିତୀୟ ଥର ଚାମ୍ପିଅନ ହେଲା ଆରସିବି

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି ଆରସିବି। ଅନ୍ୟପଟେ ଲଗାତାର ଚତୁର୍ଥ ଥର ଫାଇନାଲରେ ପହଞ୍ଚି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଚାମ୍ପିଅନ ହେବାର ସ୍ଵପ୍ନ ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ବିଶାଳ ୨୦୩ ରନ କରିଥିଲା।ଜବାବରେ ଅଧିନାୟକ ସ୍ମିତି ମନ୍ଧାନାଙ୍କ ବିସ୍ଫୋରକ ୮୭ ରନ ଏବଂ ଜର୍ଜିଅ ଓ୍ଵଲଙ୍କ ୭୯ ରନର ଇନିଂସ ବଳରେ ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି।​​​​​​​ ୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଆରସିବି ୯ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଗ୍ରେସ ହ୍ୟାରିସ ୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ସ୍ମୃତି ମନ୍ଧାନା ଓ ଜର୍ଜିଆ ଓ୍ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦିଲ୍ଲୀ ବୋଲରଙ୍କୁ ପାଲଟା ଆକ୍ରମଣ କରିଥିଲେ। ବିଶେଷ କରି ସ୍ମୃତି ମନ୍ଧାନା ନିଜର ଚିରାଚରିତ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରିଥିଲେ।ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୬୫ ରନ ଯୋଡ଼ିଥିଲେ ସ୍ମୃତି ଓ ଜର୍ଜିଆ। ୫୪ ବଲରୁ ୧୪ ଚୌକା ସହ ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ ଜର୍ଜିଆ। ସ୍ମୃତି ୪୧ ବଲରୁ ୧୨ ଚୌକା ଓ ୩ ଛକା ସହ ୮୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ତେବେ ସ୍ମୃତି ଆଉଟ୍ ହେବାରୁ ମ୍ୟାଚ୍ ଶେଷ ମୁହୂର୍ତ୍ତରେ ରୋଚକ ମୋଡ଼ ନେଇଥିଲା।କିନ୍ତୁ ରାଧା ଯାଦବ ୫ ବଲରୁ ୧୨ ରନ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଆରସିବି ୧୯.୪ ଓଭରରେ ୪ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା।