February 26, 2026 2:25 am

SIR ପ୍ରକ୍ରିୟା ପରେ ପଶ୍ଚିମବଙ୍ଗରେ ବାଦ୍ ପଡିଲେ ୫୮ ଲକ୍ଷ ଭୋଟର

ପଶ୍ଚିମବଙ୍ଗ: ନଭେମ୍ବର ୪ ରୁ ଡିସେମ୍ବର ୧୧ ମଧ୍ୟରେ କରାଯାଇଥିବା SIR ପରେ ପଶ୍ଚିମବଙ୍ଗରେ ଡ୍ରାଫ୍ଟ ଭୋଟର ତାଲିକାରୁ ୫୮ ଲକ୍ଷ ୨୦ ହଜାର ୮୯୮ ନାମ ବାଦ ଦିଆଯାଇଛି, ଯାହା ଫଳରେ ରାଜ୍ୟର ଭୋଟର ସଂଖ୍ୟା ୭ କୋଟି ୬୬ ଲକ୍ଷ ୩୭ ହଜାର ୫୨୯ ରୁ ହ୍ରାସ ପାଇ ୭ କୋଟି ୮ ଲକ୍ଷ ୧୬ ହଜାର ୬୩୦ ରେ ପହଁଚିଛି । ପଶ୍ଚିମବଙ୍ଗ ପାଇଁ ସ୍ୱତନ୍ତ୍ର ନିର୍ବାଚନ ତାଲିକା ପର୍ଯ୍ୟବେକ୍ଷକ ଏବଂ ପୂର୍ବତନ ବ୍ୟୁରୋକ୍ରାଟ ସୁବ୍ରତ ଗୁପ୍ତା ଜନସାଧାରଣଙ୍କ ଆଶଙ୍କାକୁ ଦୂର କରି କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକାରୁ ଯେଉଁ ଭୋଟରଙ୍କ ନାମ ବାଦ ଦିଆଯାଇଛି ସେମାନଙ୍କୁ ଭୟଭୀତ ହେବା ଆବଶ୍ୟକ ନାହିଁ। ସେ ଆହୁରି କହିଥିଲେ କି, ପ୍ରାୟ ୩୦ ଲକ୍ଷ ଭୋଟର ଯାହାଙ୍କ ବିବରଣୀ ୨୦୦୨ ଭୋଟର ତାଲିକା ସହିତ ମେଳ ଖାଉନାହିଁ, ସେମାନଙ୍କୁ ଶୁଣାଣି ପାଇଁ ଡକାଯିବ, ଯେଉଁଠାରେ ସେମାନଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଡକ୍ୟୁମେଣ୍ଟ ଦାଖଲ କରିବା ଏବଂ ସେମାନଙ୍କର ଯୋଗ୍ୟତା ପ୍ରମାଣ କରିବାର ସୁଯୋଗ ମିଳିବ।