April 12, 2026 12:37 am

ଓଡ଼ିଶାକୁ ବୟନ ଓ ପୋଷାକ ଶିଳ୍ପ ପାଇଁ ଏକ ହବ୍‌ରେ ପରିଣତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ

ଭୁବନେଶ୍ୱର: ଆଜି କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ ଯେ, ଆଜି ଏହି ପେଜ୍‌-ଇଣ୍ଡଷ୍ଟ୍ରିଜ୍‌ର ଆଉ ଗୋଟିଏ ୟୁନିଟ୍‌ର ଭୂଇଁପୁର ଠାରେ ଶିଳାନ୍ୟାସ କରାଯାଇଛି । ୨୫୮ କୋଟି ଟଙ୍କା ବିନିଯୋଗରେ ଏହାର ଭୂଇଁପୁର ୟୁନିଟ୍‌ରେ ୩୫୦୦ ନିଯୁକ୍ତି ସୃଷ୍ଟି ହେବ । ଏହା ସହିତ ଆଜି ଭୂଇଁପୁର ଠାରେ ମଧ୍ୟ MAS India Clothing Pvt Ltd ର ଟେକ୍ସଟାଇଲ ପ୍ଲାଣ୍ଟର ଶିଳାନ୍ୟାସ କରାଯାଇଛି । ଆଜି କଟକ ଜିଲ୍ଲାର ରାମଦାସପୁର ଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ସ୍ଥାପିତ ଏକ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି । ଆଜି ଏହି ପେଜ୍‌-ଇଣ୍ଡଷ୍ଟ୍ରିଜ୍‌ର ଆଉ ଗୋଟିଏ ୟୁନିଟ୍‌ର ଭୂଇଁପୁର ଠାରେ ଶିଳାନ୍ୟାସ କରାଯାଇଛି । ୨୫୮ କୋଟି ଟଙ୍କା ବିନିଯୋଗରେ ଏହାର ଭୂଇଁପୁର ୟୁନିଟ୍‌ରେ ୩୫୦୦ ନିଯୁକ୍ତି ସୃଷ୍ଟି ହେବ । ଏହା ସହିତ ଆଜି ଭୂଇଁପୁର ଠାରେ ମଧ୍ୟ MAS India Clothing Pvt Ltd ର ଟେକ୍ସଟାଇଲ ପ୍ଲାଣ୍ଟର ଶିଳାନ୍ୟାସ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ବୟନ ଓ ପୋଷାକ ଶିଳ୍ପ ଉପରେ ଫୋକସ୍ ରଖିଛନ୍ତି । ଏହି କ୍ଷେତ୍ରରେ କମ୍ ପୁଞ୍ଜି ବିନିଯୋଗରେ ଅଧିକ ନିଯୁକ୍ତି ଅବସର ମିଳିଥାଏ । ବିଶେଷକରି ମହିଳାମାନଙ୍କୁ ଅଧିକ ନିଯୁକ୍ତି ମିଳେ । ନିଯୁକ୍ତି ଓ ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାରେ ନୂଆ ନୂଆ ଆପାରେଲ୍ ଇଣ୍ଡଷ୍ଟ୍ରି ସ୍ଥାପନ କରୁଛନ୍ତି । ଖୋର୍ଦ୍ଧା, କଟକ, ଗଞ୍ଜାମ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ବ୍ୟାପକ ସଂଖ୍ୟାରେ ଟେକ୍ସଟାଇଲ ଓ ଆପାରେଲ୍ ଉଦ୍ୟୋଗ ପ୍ରତିଷ୍ଠା କରାଯାଉଛି । ଗତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ଟେକ୍ସଟାଇଲ ସମିତ୍ ହୋଇଥିଲା । ପ୍ରାୟ ୭୮୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଥିଲା । ଏହିସବୁ ପ୍ରସ୍ତାବ ଗୁଡ଼ିକ ଏବେ ଦୃତ ଗତିରେ କାର୍ଯ୍ୟକାରୀ ହେଉଛି । ସେ କହିଥିଲେ ଯେ, ଶିଳ୍ପାୟନ ଦ୍ୱାରା କେବଳ ନିଯୁକ୍ତି ସୃଷ୍ଟି ନୁହେଁ, ବରଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ଥାନୀୟ ସପ୍ଲାଇ ଚେନ୍ ଓ ଦକ୍ଷତା ବିକାଶରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଏହା ଏକ ସୁଦୃଢ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ ଗଠନ କରେ । ଆଜି ଓଡ଼ିଶା ପାଇଁ ଶିଳ୍ପ ଉନ୍ନତିରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆଜି ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୪୧ ହଜାର କୋଟି ଟଙ୍କାର ଅନେକ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯାଇଥିବା ବେଳେ, ଏହି ନୂଆ ଆପାରେଲ୍ ୟୁନିଟ୍ ରାଜ୍ୟରେ ଟେକ୍ସଟାଇଲ୍ ଓ ପୋଷାକ ଶିଳ୍ପକୁ ଆହୁରି ଗତିଶୀଳ କରିବ।