ନୂଆଦିଲ୍ଲୀ: ସବୁ ଶିକ୍ଷକଙ୍କ ପାଇଁ TET ହେଲା ବାଧ୍ୟତାମୂଳକ । TET ବା ଟିଚର୍ ଏଲିଜିବିଲିଟି ଟେଷ୍ଟ ପାସ୍ କରିବା ବାଧ୍ୟତାମୂଳକ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶିକ୍ଷକଙ୍କ ପାଇଁ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ, ଶିକ୍ଷକମାନେ ୨ ବର୍ଷ ଭିତରେ TET ପାସ୍ ନ କଲେ ବାଧ୍ୟତାମୂଳକ ଅବସର ଦିଆଯିବ । ଯେଉଁମାନେ ୨୦୧୨ ପୂର୍ବରୁ ଚାକିରି କରିଥିବେ ସେମାନେ ମଧ୍ୟ TET ଦେବା ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯେଉଁମାନଙ୍କ ର ଚାକିରି ଆଉ ୫ ବର୍ଷ ବାକି ଅଛି ସେମାନଙ୍କ ପାଇଁ TET ବାଧ୍ୟତାମୂଳକ ନୁହେଁ । କିନ୍ତୁ TET ପାସ୍ ନ କଲେ କୌଣସି ଶିକ୍ଷକଙ୍କୁ ପଦୋନ୍ନତି ବା ପ୍ରମୋସନ ମିଳିବ ନାହିଁ । ୨୦୧୮ରେ ରାଜସ୍ଥାନ ସରକାର ଶିକ୍ଷକମାନଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଥିଲେ । ଏହା ବିରୋଧରେ ବହୁ ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସେହି ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସମସ୍ତ ଶିକ୍ଷକଙ୍କୁ ଟିଚର୍ ଏଲିଜିବିଲିଟି ଟେଷ୍ଟ ଦେବାକୁ ହେବ । ଅର୍ଥାତ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସବୁ ଶିକ୍ଷକଙ୍କୁ ଦେବାକୁ ପଡ଼ିବ । ଦୁଇ ବର୍ଷ ଭିତରେ TET ପାସ୍ ନକଲେ ବାଧ୍ୟତାମୂଳକ ଅବସର ନେବାକୁ ହେବ । ସୁପ୍ରିମକୋର୍ଟଙ୍କ ଏହି ରାୟ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ ଲାଗୁ ହେବ ।









