December 6, 2025 3:41 pm

ଟେଷ୍ଟ ସିରିଜରେ ଟିମ୍ ଭାରତର ନୂଆ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଭାରତର ବ୍ୟାଟସମ୍ୟାନମାନେ ୪୨୨ ଚୌକା ଏବଂ ୪୮ ଛକା ମାରିଛନ୍ତି। ଟେଷ୍ଟ ସିରିଜରେ ସର୍ବାଧିକ ବାଉଣ୍ଡାରୀ ମାରିବା ମାମଲାରେ ସେମାନେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛନ୍ତି। ଏହା ସହିତ ସେମାନେ ୪୭୦ ଚୌକା-ଛକ୍କା ମାରି ଏକ ନୂତନ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ପୂର୍ବରୁ, ଅଷ୍ଟ୍ରେଲିଆର ଦଳ ଏକ ଟେଷ୍ଟ ସିରିଜରେ ୪୬୦ଟି ବାଉଣ୍ଡାରୀ ମାରିବାରେ ସଫଳ ହୋଇଥିଲା। ୧୯୯୩ ଏଶେଜ୍ ସିରିଜରେ ଅଷ୍ଟ୍ରେଲିଆ ଦଳ ୪୫୧ ଚୌକା ଏବଂ ୯ ଛକା ସହିତ ମୋଟ ୪୬୦ଟି ବାଉଣ୍ଡରୀ ମାରିବାରେ ସଫଳ ହୋଇଥିଲା। କିନ୍ତୁ ଏବେ ଟିମ୍ ଇଣ୍ଡିଆ ୪୭୦ଟି ବାଉଣ୍ଡରୀ ମାରି ସେମାନଙ୍କର ରେକର୍ଡ ଭାଙ୍ଗିଛି। ଏହା ପ୍ରଥମ ଥର ଯେ ଟିମ୍ ଇଣ୍ଡିଆର ଖେଳାଳିମାନେ ମିଶି ଏକ ଟେଷ୍ଟ ସିରିଜରେ ୪୦୦ରୁ ଅଧିକ ବାଉଣ୍ଡରୀ ମାରିଛନ୍ତି। ଏହା ପୂର୍ବରୁ ୧୯୬୪ ମସିହାରେ ଭାରତୀୟ ବ୍ୟାଟସମ୍ୟାନମାନେ ଏକ ଟେଷ୍ଟ ସିରିଜରେ ୩୮୪ଟି ବାଉଣ୍ଡରୀ ମାରିଥିଲେ। ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରେ ଟିମ୍ ଭାରତର ୧୨ ଜଣ ବ୍ୟାଟସମ୍ୟାନ ଶତକ ହାସଲ କରିଥିଲେ । ଏହା ନିଜ ଭିତରେ ଏକ ରେକର୍ଡ। ପୂର୍ବରୁ ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଟେଷ୍ଟ କ୍ରିକେଟରେ ଏପରି କୃତିତ୍ୱ ହାସଲ କରିଛନ୍ତି । ଏହି ତିନୋଟି ଦଳର ୧୨ ଜଣ ବ୍ୟାଟସମ୍ୟାନ ଟେଷ୍ଟ ସିରିଜରେ ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୧୯୭୮-୭୯ ଟେଷ୍ଟ ସିରିଜରେ ଟିମ୍ ଭାରତର ୧୧ ଜଣ ବ୍ୟାଟସମ୍ୟାନ ଶତକ ହାସଲ କରିଥିଲେ।