ଶାନ୍ତନୁ କୁମାର ରଣା
କୁକୁଡ଼ାଖଣ୍ଡି: ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୬୭ ତମ ଜାତୀୟ ବିଦ୍ୟାଳୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି ଆଦର୍ଶ ବିଦ୍ୟାଳୟ ଛାତ୍ରୀ ତେଜସ୍ୱିନୀ ରାଉତ । ଏହା ଆସନ୍ତା ଜାନୁଆରୀ ୩ ରୁ ୮ ତାରିଖ ଯାଏଁ ଅନୁଷ୍ଠିତ ହେବ । ସ୍ଥାନୀୟ ପାଣ୍ଡିଆଝୋଳି ଗ୍ରାମର ଚାଷୀ ସୁଧିର ରାଉତଙ୍କ ଝିଅ ତେଜସ୍ୱିନୀ ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କବାଡ଼ିରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେଜସ୍ୱିନୀ ପାଣ୍ଡିଆଝୋଳି ଗ୍ରାମର ପ୍ରଥମ ଝିଅ ଯିଏକି ଜାତୀୟସ୍ତର ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି । ତେଜସ୍ୱିନୀ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବେ ବୋଲି ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଭାଗିରଥୀ ସ୍ୱାଇଁ, ଆଦର୍ଶ ବିଦ୍ୟାଳୟ କୁସୁମୀର ଶାରିରୀକ ଶିକ୍ଷା ଶିକ୍ଷକ ମଧୁସୂଦନ ମିଶ୍ର, ଭାରପ୍ରାପ୍ତ ଅଧ୍ୟକ୍ଷ ଜଗନ୍ନାଥ ମହାରଣା ଆଶା ରଖିଛନ୍ତି ।
Post Views: 88