December 7, 2025 12:09 pm

୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ପୂର୍ବରୁ ଥିବା ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ ନୂତନ ପଦ ସୃଷ୍ଟି ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଲାଇବ୍ରେରିଆନ୍‌ ପଦ ପାଇଁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଶାୟୀମାନେ ବାରମ୍ୱାର ଆନ୍ଦୋଳନ ଓ ଦାବି କରିବା ସତ୍ତ୍ୱେ ସେମାନଙ୍କୁ ନିଯୁକ୍ତି ନ ଦେଇ ସମ୍ପୂର୍ଣ୍ଣ ପଦକୁ ଉଚ୍ଛେଦ କରିବା ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି । ସେପଟେ, ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରାନଯାଇ ଓଡ଼ିଆ ଶିକ୍ଷକ ପଦ ସୃଷ୍ଟି କରାଯାଇ ପାରିଥାନ୍ତା । ହେଲେ ସରକାର ସେପରି ନ କରି ସିବିଏସଇ ନିୟମକୁ ଉଲ୍ଲଂଘନ କରୁଥିବା କହିଛନ୍ତି ଓଡ଼ିଶା ଲାଇବ୍ରେରି ମୁଭମେଣ୍ଟ (ଓଏଲଏମ୍‌) ଆବାହକ ସୁନୀଲ କୁମାର ମିଶ୍ର ।