June 26, 2025 8:49 pm

ଶ୍ରୀମଦ୍ ଭାଗବତ ଗୀତା ଜୟନ୍ତୀ ପାଳିତ -ଗୀତା ସାକ୍ଷାତ୍ ଭଗବାନଙ୍କ ଦିବ୍ୟବାଣୀ 

Srimad Bhagbat Gita iayanti

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ସୁଦୁର ଲାଠି ମୁଖ୍ୟରାସ୍ତାସ୍ଥିତ ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମାରୋହରେ ଗୀତା ଜୟନ୍ତି ପାଳିତ ହୋଇଯାଇଛି । ଉକ୍ତ ଜୟନ୍ତିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ୮୩ ଜଣ ଅଭିଭାବକ ସାମିଲ ହୋଇଥିଲେ । ପ୍ରାରମ୍ଭରେ କଳସୀ ପୂଜା, ଆହ୍ୱାନ, ମଣ୍ଡଳାଦି ସଂସ୍କାର କାର୍ଯ୍ୟ, ଗୀତ ପୂଜନ, ଗୀତା ଆରତୀ ପ୍ରମୁଖ । ପରେ ସମସ୍ତେ ଗୀତାର ୧୮ ଅଧ୍ୟାୟ ଓ ୭୦୦ ଶ୍ଲୋକ ପଠନ କରିଥିଲେ । ସମସ୍ତ କାର୍ଯ୍ୟ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଭାତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିବା ବେଳେ ପୂଜାର୍ଚ୍ଚନା ପୁରୋହିତ ହେମନ୍ତ କୁୁମାର ଶତପଥୀ ଓ ସୀମାଞ୍ଚଳ ହୋତା କରିଥିଲେ । ଏବଂ ହୋମରେ ସନ୍ତୋଷ କୁମାର ମହାନ୍ତି ଓ ପି. ରାମାରାଓ ବର୍ତ୍ତା ଭାବେ ରହିଥିଲେ ।

ବିଦ୍ୟାଳୟର ଉପଦେଷ୍ଟା ତ୍ରିନାଥ ମହାରଣା କାର୍ଯ୍ୟ ତଦାରଖ କରିଥିଲେ । ଶ୍ରୀ ମହାରଣା ମତବ୍ୟକ୍ତ କରି କହିଛନ୍ତି ଗୀତାର ମହିମା ଅପାର ଓ ଅପରିମିତ । ଗୀତା ହେଉଛି ସର୍ବ ଶାସ୍ତ୍ରର ଭଣ୍ଡାର କିନ୍ତୁ ତାହା ସୀମିତଙ୍କ ନିକଟରେ ରହିଯାଇଛି । ଗାଁ ଗଣ୍ଡାରେ ଭାଗବତ ତୁଙ୍ଗି ଅନେକଙ୍କୁ ଦିବ୍ୟ ଜୀବନ ଦେବାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାହା ଆଜି ବିରଳ । ପ୍ରତିଷ୍ଠାତା ଶ୍ରୀ ମିଶ୍ର କହିଥିଲେ ସମସ୍ତ ଶାସ୍ତ୍ରର ଉତ୍ପତ୍ତି ବେଦରୁ ହୋଇଛି । ତେଣୁ ଏହାକୁ ଶାସ୍ତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠତମ । ପ୍ରତ୍ୟେକ ରିବାରରେ ମିନି ଭାଗବତ ଟୁଙ୍ଗି ତିଆରି କରି ଗୀତାର ମହତ୍ତ୍ୱ ପ୍ରଚାର କରିବାକୁ ମାତୃଜାତିକୁ ଆହ୍ୱାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିିମାନେ ଯୋଗଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିବା ସହ ସମସ୍ତ୍‌ଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।