December 6, 2025 11:39 am

ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ

ଭୁବନେଶ୍ୱର: ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୪ ମସିହାରେ ମହିଳା କମିଶନ ଆୟୋଗକୁ ଭଙ୍ଗ କରିଥିଲେ ରାଜ୍ୟ ସରକାର। ଏହାପରଠାରୁ ପ୍ରାୟ ବର୍ଷେ ହେବ ଖାଲି ପଡିଥିଲା ମହିଳା କମିଶନ ଅଧ୍ୟକ୍ଷା ପଦ। ହେଲେ ମଙ୍ଗଳବାର ଦିନ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି।

ସେହିପରି ରାଜ୍ୟ ସରକାର ବବିତା ପାତ୍ରଙ୍କୁ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ଦାୟିତ୍ୱ ଦିଆଯାଇଛି । ଏହାସହ ୬ ଜଣ ସଦସ୍ୟାଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ସରକାର। ତେବେ ନିଯୁକ୍ତି ହୋଇଥିବା ୬ ସଦସ୍ୟ ହେଲେ କଳ୍ପନା ଲେଙ୍କା, ସୁକେଶୀ ଓରାମ୍‌, ଚନ୍ଦନା ଦାଶ, କସ୍ତୁରୀ ମିଶ୍ର, ମାନସ୍ମିତା ନାୟକ, ସୁଜାତା ଖୁଣ୍ଟିଆ ।