ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଘଟଣ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ପୁରୁଣା ଶୌଚାଳୟରେ ପଡି ରହିଛି କଙ୍କାଳ । ଏହି ଦୃଶ୍ୟ ଦେଖିବା ପରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କଙ୍କାଳ ଦୁଇଟି କାହାର ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଖବର ମିଳିପାରିନାହିଁ ।
ଖବର ଅନୁସାରେ, ଆଜି ସକାଳୁ କିଛି ଗ୍ରାମବାସୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହା ଦେଖିବାକୁ ପାଇଥିଲେ। ଏ ଘଟଣା ପ୍ରକାଶ ପାଇବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଦେଖିବା ସହ ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଠି ସନ୍ଦେହ କରାଯାଉଛି ଯେ କଙ୍କାଳ ଦୁଇଟି ଶିଶୁଙ୍କର । ତେବେ ଏ ନେଇ ପୋଲିସ ଅଧିକ ତଦନ୍ତ କରୁଥିବାର ଜଣାପଡିଛି ।
Post Views: 65





