December 6, 2025 2:50 pm

ବ୍ରହ୍ମପୁର କଲେଜରେ ଏସସିବି ମେଡିକାଲର ଛାତ୍ରଛାତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗ

କଟକ: ବ୍ରହ୍ମପୁର ମେଡିକାଲ କଲେଜରେ କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ କଟକ ବଡ଼ ମେଡିକାଲ ୧୧୦ ଡାକ୍ତରୀ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ବାଗତ ନାଁରେ ସେମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବସ୍‌ରେ ପିଲାମାନେ ଯାଇଥିଲେ ସେ ବସ୍ ଭାଙ୍ଗି ଦେଇଛନ୍ତି ଏମ୍‌କେସିଜି ଛାତ୍ରଛାତ୍ରୀ । ପ୍ରତିବର୍ଷ ମେଡିକାଲ କଲେଜ ଗୁଡ଼ିକୁ ନେଇ ଆୟୋଜିତ ହୋଇଥାଏ ଏହି ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମ । ଚଳିତବର୍ଷ ବ୍ରହ୍ମପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଏସ୍‌ସିବି ଓ ଭୀମସାର ଡାକ୍ତରୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।