December 10, 2025 11:09 pm

ବାଲି ଚୋରି ଉଦ୍ୟମ ବେଳେ ଏରସମା ପୁଲିସର ଚଢ଼ାଉ

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତସ୍ଥିତ ଜଗତପଡା ଜଙ୍ଗଲ ଜମିରୁ ବେଆଇନ ବାଲି ଚାଲାଣ ବେଳେ ଗୋଟିଏ ଜେସିବି ଓ ୪ ଟ୍ରାକ୍ଟର ଜବତ କରାଯାଇ ଏରସମା ଥାନାରେ ରଖାଯାଇଛି। ଏହି ମାମଲାରେ ୫ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ମିଳିଥିବା ଖବର ଅନୁଯାୟୀ ଏରସମା ଥାନା ତରଫରୁ ପାଟ୍ରୋଲିଂ କରାଯାଉଥିବା ସମୟରେ ହଠାତ ଟିମ୍ ଦେଖିଲା ଯେ କିଛି ଲୋକ ଗୋଟିଏ ଜେସିବି ବାଲି ଖୋଳି ତାକୁ ୪ଟି ଟ୍ରାକ୍ଟର ସାହାଯ୍ୟରେ କିଛି ଲୋକ ଉଠାଉଥିଲେ। ସେହି ସମୟରେ ଏରସମା ପୁଲିସ ଚଢ଼ାଉ କରିଥିଲା । ୪ଜଣ ଡ୍ରାଇଭର OD21D4591ଟ୍ରାକ୍ଟରର ଡ୍ରାଇଭର ନାଉସିରା ତିର୍ତୋଲ ଗ୍ରାମର ମନୋଜ କୁମାର ଦାସ, OD05AC8861 ଟ୍ରାକ୍ଟର ଡ୍ରାଇଭର କଣ୍ଣାଗୁଳି ଏରସମାର କ୍ରିଷ୍ଣା ଦାସ,OD21N2436 ଟ୍ରାକ୍ଟର ଡ୍ରାଇଭର ଇରିବିଣା ଏରସମାର ଅମୁଲ୍ୟ ସ୍ବାଇଁ,OD21P 8595ଟ୍ରାକ୍ଟର ଡ୍ରାଇଭର ରସ୍କଡାପୁର ଏରସମାର ଅଜୟ ମଲିକ ଓ OD33AH4665 ଜେସିବି ଡ୍ରାଇଭରଙ୍କୁ ଗିରଫ କରିଛି ପୁଲିସ। ସେମାନେ ବ୍ୟବହାର କରୁଥିବା ଗାଡ଼ି ଓ ଜେସିବିକୁ ମଧ୍ୟ ଜବତ କରିଛି ପୁଲିସ।