ବାରିପଦା: ନବନିଯୁକ୍ତ ବେତନଟୀ ତହସିଲଦାରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ। ତହସିଲଦାରଙ୍କ ଡ୍ରାଇଭରଙ୍କ ମୁଣ୍ଡ ଫଟାଇବା ସହ ଆକ୍ରମଣ କଲେ ବାଲି ମାଫିଆ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନାରେ ତହସିଲଦାରଙ୍କ ଲିଖିତ ଅଭିଯୋଗ। ଯାହା ଫଳରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।
ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବାଲି ଚୋରା ଚାଲାଣକାରୀଙ୍କ ଆକ୍ରମଣରେ ତହସିଲଦାର ଚନ୍ଦ୍ରଜିତ ବେହେରା ଏବଂ ଅନ୍ୟ ଚାରି ଜଣ ସରକାରୀ କର୍ମଚାରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥ-୧୮ ନିକଟରେ ପ୍ରାୟ ୧୫ ଜଣ ବାଲି ମାଫିଆ ତହସିଲଦାରଙ୍କ ଗାଡ଼ିକୁ ଅଟକାଇ ନିହାର ରଞ୍ଜନ ବିଶ୍ୱାଳ ନାମକ ଅଧିକାରୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ। ରଞ୍ଜନ ବିଶ୍ୱାଳଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ, ଏହି ଘଟଣାରେ ତହସିଲଦାରଙ୍କ ସହିତ ଥିବା ରାଜସ୍ୱ ପର୍ଯ୍ୟବେକ୍ଷକ ହେମାକାନ୍ତ ମହାନ୍ତ, ଜୁଗୁପୁରା ଆରଆଇ ସଞ୍ଜୀବ ମହାନ୍ତ ଏବଂ ସତ୍ୟବ୍ରତ ନାୟକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ସନ୍ଧ୍ୟା ସମୟରେ ବେତନଟି କୋର୍ଟ ନିକଟରେ ବେଆଇନ ବାଲି ପରିବହନରେ ନିୟୋଜିତ ଏକ ଟ୍ରାକ୍ଟରକୁ ତହସିଲଦାର ଅଟକ ରଖି ବେତନଟି ପୋଲିସକୁ ହସ୍ତାନ୍ତର କରିବା ପରେ ଏହି ଘଟଣା ଘଟିଥିଲା। ଆକ୍ରମଣ ପରେ, ଏକ ପୋଲିସ ଟିମ ଘଟଣାସ୍ଥଳକୁ ଯାଇ ତହସିଲଦାର ଏବଂ ଅନ୍ୟ ଆହତ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତହସିଲଦାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ, ପୋଲିସ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଘଟଣା ସହିତ ଜଡିତ ଦୁଇ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଛି। ଅନ୍ୟ ସନ୍ଦିଗ୍ଧଙ୍କୁ ଖୋଜିବା ଏବଂ ଗିରଫ କରିବା ପାଇଁ ତଲାସ ଜାରି ରହିଛି।









