December 6, 2025 8:32 am

ସଞ୍ଚାର ସାଥୀ ଆପ୍‌କୁ ନେଇ ବିବାଦ ପରେ ମତ ବଦଳାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଞ୍ଚାର ସାଥୀ ଆପ୍‌କୁ ନେଇ ବିବାଦ ପରେ ମତ ବଦଳାଇଲେ କେନ୍ଦ୍ର ସରକାର । ୟୁଜର୍ସ ମାନେ ଚାହିଁଲେ ଏହି ଆପ୍‌କୁ ଫୋନରେ ବ୍ୟବହାର କରିପାରିବେ ନଚେତ ଡିଲିଟ କରିପାରିବେ, ଏହା କୌଣସି ପ୍ରକାର ବାଧ୍ୟତାମୂଳକ ଆପ୍‌ ନୁହଁ ବୋଲି କହିଛନ୍ତି କେନ୍ଦ୍ର ଯୋଗଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଗୋପନୀୟତା ସମସ୍ୟାକୁ ନେଇ ପ୍ରଶ୍ନ ଉଠିବା ପରେ କେନ୍ଦ୍ରମନ୍ତ୍ରୀ ଏପରି ବୟାନ ଦେଇଛନ୍ତି । ଟେଲିକମ୍‌ ବିଭାଗ ମୋବାଇଲ କମ୍ପାନୀ ଓ ଆମଦାନୀକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ଫ୍ରଡ ରିପୋର୍ଟିଂ ଆପ ସଞ୍ଚାର ସାଥି ସମସ୍ତ ନୂଆ ଡିଭାଇସ ଗୁଡିକରେ ପ୍ରି ଇନଷ୍ଟଲ କରାଯାଉ, ମୋବାଇଲ ଫୋନ ଗୁଡିକରେ ଏକ ସଫ୍ଟଓ୍ବେର ଅପଡେଟ ମାଧ୍ୟମରେ ଇନଷ୍ଟଲ କରାଯାଉ । ୨୮ ନଭେମ୍ବର ନିର୍ଦ୍ଦେଶନାମା ଅନୁଯାୟୀ, ନିର୍ଦ୍ଦେଶ ଜାରି ହେବାର ୯୦ ଦିନ ମଧ୍ୟରେ ଭାରତରେ ନିର୍ମିତ କିମ୍ବା ଆମଦାନୀ ହେଉଥିବା ସମସ୍ତ ମୋବାଇଲ ଫୋନରେ ଏହି ଆପ ଥିବା ଆବଶ୍ୟକ । ସମସ୍ତ ମୋବାଇଲ ଫୋନ କମ୍ପାନୀ ଗୁଡିକୁ ୧୨୦ ଦିନ ମଧ୍ୟରେ DoTକୁ ଅନୁପାଳନ ରିପୋର୍ଟ କରିବାକୁ ପଡିବ । ଏହି ଆପ ସାଇବର ସୁରକ୍ଷା ବୃଦ୍ଧି କରିବା ଏବଂ ଆନ୍ତର୍ଜାତୀୟ ମୋବାଇଲ ଉପକରଣ ପରିଚୟ (IMEI)ର ଅପବ୍ୟବହାରକୁ ରୋକିବା ଦିଗରେ ଏକ ପଦକ୍ଷେପ ବୋଲି କୁହାଯାଇଥିଲା । DoTର ଏପରି ନିର୍ଦ୍ଦେଶନାମାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା ।