ଇସଲାମବାଦ: ବିଗତ କିଛି ଦିନ ହେବ ସଲମାନ ଖାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନ ତାଙ୍କୁ ଆତଙ୍କବାଦୀ ଘୋଷଣା କରିବା ପରେ ପ୍ରଶଂସକ କ୍ଷୋଭ ପ୍ରକାଶ କରିଛନ୍ତି । ପାକିସ୍ତାନକୁ ସାରା ବିଶ୍ୱରୁ କଡ଼ା ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ଶେଷରେ ପାକିସ୍ତାନ ସଫେଇ ଦେଇଛି । ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି, ଏହା ଏକ ମିଥ୍ୟା ଖବର ଅଟେ । ସଲମାନଙ୍କ ନାମକୁ କୌଣସି ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇନାହିଁ । ଯେଉଁ ଖବର ପ୍ରସାରିତ ହେଉଛି ତାହା ମିଥ୍ୟା ଅଟେ । ଏହା ସହିତ ପ୍ରକାଶିତ ନ୍ୟୁଜ୍ ଉପରେ ଫେକ୍ ବା ମିଥ୍ୟା ଷ୍ଟାମ୍ପ୍ ଲଗାଯାଇଛି । ଯେଉଁଥିରେ ଲେଖାଯାଇଥିଲା ଯେ ବେଲୁଚିସ୍ତାନ ଉପରେ କମେଣ୍ଟ କରିବା ପରେ ସଲମାନ ଖାନଙ୍କୁ କଥିତ ଭାବରେ ପାକିସ୍ତାନ ଆତଙ୍କବାଦୀ ବିରୋଧୀ ଆଇନ ଅନୁସାରେ ଆତଙ୍କବାଦୀ ତାଲିକାରେ ସାମିଲ କରାଯାଇଛି ।
Post Views: 45









