February 26, 2026 12:00 pm

ରୁଷ୍ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା କିନ୍ତୁ… 

ଓ୍ବାସିଂଟନ: ୨୦୨୨ରେ ରୁଷ ୟୁକ୍ରେନ ଉପରେ ପରମାଣୁ ବୋମା ପକାଇବାକୁ  ଚୁଡାନ୍ତ କରିଥିଲା। ମାତ୍ର ଏହି  ଯୁଦ୍ଧ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ମିଳିଛି।  ୨୦୨୨ରେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ପରମାଣୁ ବୋମା ପକାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ହସ୍ତକ୍ଷେପ ଫଳରେ ବିଶ୍ବ ଏକ ପରମାଣୁ ବିଭୀଷିକା ଦେଖିବାରୁ ବର୍ତ୍ତିଯାଇଥିଲା । ବାଇଡେନ ପ୍ରଶାସନର ଦୁଇ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବୟାନ ଦେଇ ସିଏନ୍ଏନ୍ ଏହି ଖବର ଦେଇଛି।

ବିଶେଷ କରି ରୁଷ୍ ରଣନୈତିକ କିମ୍ବା ଯୁଦ୍ଧ କ୍ଷେତ୍ରରେ ପରମାଣୁ ଅସ୍ତ୍ର ଶସ୍ତ୍ର ବ୍ୟବହାର କରିବାର ସମ୍ଭାବନାକୁ ନେଇ ବାଇଡେନ୍ ପ୍ରଶାସନ ଅତ୍ୟନ୍ତ ଚିନ୍ତିତ ହୋଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଏଭଳି ଆକ୍ରମଣ ନ କରିବାକୁ ରୁଷକୁ ବୁଝାଇବାକୁ ଆମେରିକା ଭାରତ ଓ ଚୀନର ସହାୟତା ଲୋଡ଼ିଥିଲା । ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟମାନଙ୍କର (ପୁଟିନଙ୍କ ସହ) ଆଲୋଚନା ଏବଂ ସାର୍ବଜନୀନ ବୟାନ ଏହି  ସଙ୍କଟକୁ ଏଡ଼ାଇବାରେ ସାହାଯ୍ୟ କରିଥିଲା।

ମାର୍ଚ୍ଚ ୧୨ତାରିଖରେ ପ୍ରକାଶିତ ହେବାକୁ ଥିବା ସିଏନଏନର ଯୁଦ୍ଧ ସାମ୍ବାଦିକ ଜିମ୍ ସିଉଟୋଙ୍କ ପୁସ୍ତକ ରିଟର୍ଣ୍ଣ ଅଫ ଗ୍ରେଟ୍ ପାଓ୍ବାରରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି ।