April 12, 2026 11:53 pm

ରୁଚି କମ୍ପାନୀର ପ୍ରତିଷ୍ଠାତା ଶରତ ସାହୁଙ୍କ ପରଲୋକ

କଟକ : ରୁଚି କମ୍ପାନୀର ପ୍ରତିଷ୍ଠାତା ଶିଳ୍ପପତି ଶରତ ସାହୁଙ୍କ ପରଲୋକ। ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ରୁଚି ବ୍ରାଣ୍ଡ କମ୍ପାନୀର ଓଏଫଏମଏଲର ଏମଡି ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଶରତ ସାହୁ ୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ସ୍ୱର୍ଗତ ବନମାଳି ସାହୁ ଓ ମଇନା ଦେବୀଙ୍କ ପୁଅ । ୧୯୭୬ରେ ମାତ୍ର ୫ ହଜାର ଟଙ୍କାରେ ରୁଚି କମ୍ପାନୀ ଆରମ୍ଭ କରିଥିଲେ ଶରତ ସାହୁ। ବର୍ତ୍ତମାନ ୩୫୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି ରୁଚି କମ୍ପାନୀ। ଦେଶ ବିଦେଶରେ ରୁଚି ମସଲାର ଆଦର ରହିଛି। ବିଶ୍ବରେ ୭ ଦେଶକୁ ରୁଚି ଉତ୍ପାଦ ରତ୍ପାନୀ ହେଉଛି। ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ୍ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (OASME)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ସେ ରାଜ୍ୟ ସାରା MSME ଗୁଡ଼ିକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।